ନନ୍ଦନକାନନରେ ମଲ୍ଟି ପାର୍କିଂ ବିଲ୍ଡିଂ ଉଦଘାଟିତ
ନନ୍ଦନକାନନରେ ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରି ମହଲା ବିଶିଷ୍ଟ ପାର୍କିଙ୍ଗ ସ୍ଥଳରେ 583ଟି ଚାରିଚକିଆ ଯାନ ରହିବାର ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବର: ନନ୍ଦନକାନନରେ ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରି ମହଲା ବିଶିଷ୍ଟ ପାର୍କିଙ୍ଗ ସ୍ଥଳରେ 583ଟି ଚାରିଚକିଆ ଯାନ ରହିବାର ବ୍ୟବସ୍ଥା କରାଯାଇଛି ।

ପାର୍କିଂର ଚତୁର୍ପାଶ୍ୱରେ 2 ହଜାର ଦୁଇ ଚକିଆ ଜାନ ରହିବାର ସୁବିଧା ରହିଛି । ଟିକେଟର ମୂଲ୍ୟ ଯଥାକ୍ରମେ ସାଇକେଲ 5 ଟଙ୍କା, ବାଇକ 20 ଟଙ୍କା, କାର 50 ଟଙ୍କା, ବସ 70 ଟଙ୍କା ରହିଛି । 6 ଘଣ୍ଟା ପାର୍କିଂଙ୍ଗର ସମୟସୀମା ରଖାଯାଇଛି ।
ଏହି ମଲ୍ଟି ପାର୍କିଙ୍ଗ ସ୍ଥଳ ସମ୍ପୂର୍ଣ୍ଣ ସିସି କ୍ୟାମେରା ନିରୀକ୍ଷଣ କରାଯାଉଥିବା ବେଳେ, ଅଚାନକ କୌଣସି ନିଆଁ ଲାଗିବାର ଦୁର୍ଘଟଣାକୁ ଏଡାଇବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା ରଖାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଟ୍ରାଫିକ ନିୟନ୍ତ୍ରଣ ସୁବିଧା ପାଇଁ ଏହି ପ୍ରକଳ୍ପ ନିର୍ମିତ କରାଯାଇଛି ।












Click it and Unblock the Notifications