Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ 'ମୁକ୍ତା': ବର୍ଷାଜଳ ଅମଳ ପାଇଁ ନିର୍ମାଣ ହୋଇଛି ୧୭୦୦ରୁ ଅଧିକ ପ୍ରକଳ୍ପ

ସହରାଞ୍ଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରରେ କରାଯାଇଛି ୧୭୦୦ ରୁ ଉର୍ଦ୍ଧ୍ୱ ବର୍ଷାଜଳ ଅମଳ ପ୍ରକଳ୍ପ ।

ଭୁବନେଶ୍ୱର: ସହରାଞ୍ଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରରେ କରାଯାଇଛି ୧୭୦୦ ରୁ ଉର୍ଦ୍ଧ୍ୱ ବର୍ଷାଜଳ ଅମଳ ପ୍ରକଳ୍ପ । ଓଡ଼ିଶା ସରକାରଙ୍କ 'ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ' 'ମୁକ୍ତା' କାର୍ଯ୍ୟକ୍ରମ ଅଧିନରେ ଏହି ପ୍ରକଳ୍ପ ଗୁଡ଼ିକ ହୋଇଛି ବୋଲି କହିଛି ବିଏମସି ।

Mukta Project Bhubaneswar

ସରକାରଙ୍କ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁସାରେ କୋଭିଡ଼-୧୯ ରେ ଅନେକଙ୍କ ଜୀବନ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ସହରାଞ୍ଚଳବାସୀ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ତଥା ତୃଣମୂଳ ମହିଳା ଏବଂ ଅନ୍ୟ କେତେକ ବର୍ଗଙ୍କୁ ବେଉଷା ଯୋଗାଇବା ସହିତ ସହରାଞ୍ଚଳର ପରିବେଶଗତ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ 'ମୁକ୍ତା' କାର୍ଯ୍ୟକ୍ରମ କରାଯାଇ ବିଏମସି ସୀମା ମଧ୍ୟରେ ଥିବା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଛି ।

କର୍ମ ନିଯୁକ୍ତି, ପରିବେଶ ଅନୁକୁଳ ବିକାଶକୁ ଗୁରୁତ୍ୱ ଦେଇ 'ମୁକ୍ତା' କାର୍ଯ୍ୟକ୍ରମର ସଫଳତାକୁ ଶୀର୍ଷରେ ପହଞ୍ଚାଇବାର ପ୍ରଚେଷ୍ଟା କରାଯାଇଛି । ଏହା ସାଙ୍ଗକୁ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଞ୍ଚଳିକ ନାଗରିକଙ୍କ ଭାଗଦାନରେ ଭୁବନେଶ୍ୱର ସୀମା ମଧ୍ୟରେ ଆମେ ଅଦ୍ୟାବଧି ୧୭୧୭ଗୋଟି ପ୍ରକଳ୍ପ କରିସାରିଛୁ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ କୁମାର ସିଂହ । ଏହା ଏକ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରର ସମୁଦାୟ ୬୭ ଗୋଟି ୱାର୍ଡ଼ ଥିବାବେଳେ, ବର୍ଷାଜଳ ଅମଳ ପ୍ରକଳ୍ପ ସମସ୍ତ ୱାର୍ଡ଼ରେ କରାଯାଇଛି । ୱାର୍ଡ଼ ଗୁଡ଼ିକରେ ଥିବା ବିଭିନ୍ନ ପାର୍କ, ସରକାରୀ ଖୋଲାସ୍ଥାନ, ଅନୁଷ୍ଠାନ ଇତ୍ୟାଦିର ପଡ଼ିଆ ମାନଙ୍କରେ ଏହି ପ୍ରକଳ୍ପମାନ କରାଯାଇଛି । ଏହାର କାର୍ଯ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କ ହାତରେ ନ୍ୟସ୍ତ କରାଯାଇଛି । ଏମାନେ ପ୍ରକଳ୍ପ ରୁପାୟନର ଏକ ଅଂଶୀଦାର ଭାବେ ରହିଛନ୍ତି, ଯାହା ଏହି ଯୋଜନାର ଆଭିମୁଖ୍ୟ । ବର୍ତ୍ତମାନର ଭୂତଳ ଜଳସ୍ତର ବା ୱାଟ୍‌ର କେବୁଲ୍ ନିମ୍ନଗାମୀ ହେଉଥିବା ବେଳେ 'ମୁକ୍ତା' କାର୍ଯ୍ୟକ୍ରମ ଅଧିନରେ ଭୂପୃଷ୍ଠ ଜଳକୁ ଆଣି ଭୂତଳକୁ ଛାଡ଼ିବା, ଯଦ୍ୱାରା ଏହା ଭୂତଳ ଜଳସ୍ତରର ବୃଦ୍ଧି କରିବାରେ ନିଶ୍ଚିତ ଭାବେ ସହାୟକ ହେବ । ଅନ୍ୟପକ୍ଷରେ ସହରର ପ୍ରାକୃତିକ ପରିବେଶକୁ ଉନ୍ନତ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମର ଏହା ଏକ ମୁଖ୍ୟ ଉଦ୍ଦେଶ୍ୟ ।

ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ସଂଖ୍ୟକ ପ୍ରକଳ୍ପ କରାଯାଇଛି । ୧୩ ଏପ୍ରିଲ୍ ରୁ ୩୦ ଜୁନ୍ ୨୦୨୧ ସୁଧା ପ୍ରକଳ୍ପ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି । ଏହା ଏକ ଗୋଷ୍ଠୀଭିତିକ କାର୍ଯ୍ୟକ୍ରମ ଯାହା ସାମିଲ୍ କରିଛି ପ୍ରାୟ ୩୦୦୦ ମହିଳା ଏସଏଚଜି ସଦସ୍ୟାଙ୍କୁ । ଏମାନେ ୨୬୫ ଟି ଏସଏଚଜି କୁ ଉପସ୍ଥାପିତ କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଅନୁବନ୍ଧିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ ଚୟନ କରାଯାଇ ଏହି ପ୍ରକଳ୍ପର ପରିଚାଳନା ଭାର ଦିଆଯାଇଛି । ସିଧାସଳଖ ଭାବେ ଏସଏଚଜି ନାମରେ ପ୍ରକଳ୍ପ ମଞ୍ଜୁର କରାଯାଇ ସେମାନଙ୍କ ଭାଗଦାନ ଏବଂ ସିଧାସଳଖ ତଦାରଖରେ ଏହି ଗୋଷ୍ଠୀଭିତିକ କାର୍ଯ୍ୟକ୍ରମ ରୁପାୟନ କରାଯାଇଛି ।

ଏହା ବିଶେଷ କରି ଏକ ପ୍ରକାର ତଳୁ ଉପର ସ୍ତର ଭିତିକ (ବଟମ୍ ଅପ୍ ଆପ୍ରୋଚ)ଯୋଜନା ଏବଂ ରୁପାୟନ ଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ସ୍ଥାନୀୟ ନାଗରିକ, ଆବାସିକ ସଂଗଠନ ଏବଂ ନେତୃବୃନ୍ଦଙ୍କ ସହଭାଗୀତା ରହିଛି । ପ୍ରକଳ୍ପର ମୌଳିକ ନୀତି ଅନୁସାରେ ସ୍ୱତନ୍ତ୍ର ବୈଠକରେ ସ୍ଥାନ ନିରୁପଣ, କାର୍ଯ୍ୟ ତଦାରଖ ଏବଂ ସାମାଜିକ ସମୀକ୍ଷା ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ କି, କୋଭିଡ଼୍ ଲକ୍ ଡ଼ାଉନ୍‌ରେ ଏଭଳି ବିକାଶମୂଳକ ତଥା ପରିବେଶ ବନ୍ଧୁ କାର୍ଯ୍ୟକ୍ରମ କେବଳ ସହରର ଉନ୍ନତି ସାଧନ କରିନାହିଁ; ବରଂ ଏଥିରେ ଉପକୃତ ହୋଇଛନ୍ତି ଅନେକ ପରିବାର । ଏହି କାର୍ଯ୍ୟ ମାଧ୍ୟମରେ ପ୍ରାୟ ୫୩ ହଜାର ଜଣ ଅଣକୁଶଳୀ ଏବଂ ପ୍ରାୟ ୨୦ ହଜାର ଜଣ କୁଶଳୀ ଶ୍ରମିକ କାର୍ଯ୍ୟ ଦିବସ ପାଇ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରିଛନ୍ତି । ସମୁଦାୟ ପାଖାପାଖି ୭୩ ହଜାର ଗୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇପାରିଛି ବିଏମସି ଅଧିନସ୍ଥ 'ମୁକ୍ତା' କାର୍ଯ୍ୟକ୍ରମରେ, କହିଛନ୍ତି ନଗର ଯନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+