କେନ୍ଦୁପତ୍ର ତୋଳାଳୀଙ୍କ ଉପରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ , କହିଲେ......

କେନ୍ଦୁପତ୍ର ତୋଳାଳୀ ହିତାଧିକାରୀଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ରଖିଛନ୍ତି। ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳି ମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ। ଲାଭାଂଶ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ ୮୩.୯୨% ମହିଳା ଅଟନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

mohan majhi

୨୦,୫୦୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକମାନଙ୍କୁ ଶତକଡା ୫ ହାରରେ ୧.୯୪ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ ଶତକଡା ୫ ହାରରେ ୪.୯୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାପାଇଁ ଆମ ସରକାର ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଉପରୋକ୍ତ ଲାଭାଂଶକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡ଼ିବିଟି) ମାଧ୍ୟମରେ ପ୍ରଦାନ କରାଯାଉଅଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାର ସଫଳ ରୂପାୟନ ପାଇଁ ୨o୨୪-୨୫ ଆର୍ଥିକ ବର୍ଷରେ "ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି" ମାଧ୍ୟମରେ ୫୦.୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+