ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଆସିବ ବଜେଟ, ମୁକେଶ ମହାଲିଙ୍ଗ

ନଈ ନ ଦେଖୁନୁ ଲଙ୍ଗଳା ନ ହୁଅନ୍ତୁ ବିରୋଧୀ । ବଜେଟ ତ ଆସିନି । ମୁଖ୍ୟମନ୍ତ୍ରୀ ଯେବେ ବଜେଟ ଉପସ୍ଥାପନା ହେବ, ସେ ସମୟରେ ଜଣା ପଡିବ ଲୋକଙ୍କ ପାଇଁ କଣ ଅଛି। ରାଜ୍ୟପାଳ ନିଜ ଅଭିଭାଷଣରେ ସରକାରଙ୍କ ଉପଲବ୍ଧି କହିବେ ।

Mukesh Mahalinga

ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ବଜେଟ ଆସିବ । ସରକାର ସବୁ ପାଇଁ ପ୍ରସ୍ତୁତ । ଗତ ସାତ ମାସରେ ଡବଲ ଇଂଜିନ ସରକାର ଯେପରି କାମ କରିଛି, ସେଥିପାଇଁ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ। ଆମେ ତାଙ୍କୁ ଧାନ ବୋନସ ନେଇ ପ୍ରଶ୍ନ କରିବୁ । ଆମେ ୮୦୦ ଟଙ୍କା ବୋନସ ଦେଲୁ, ଖୁସି ହୁଅନ୍ତୁ ।

ସୂଚନା ଥାଉକି, ଆସନ୍ତା ଫେବୃଆରୀ ୧୩ରୁ ବଜେଟ ଅଧିବେଶନ । ଏହା ପୂର୍ବରୁ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହାପୂର୍ବରୁ ଏହି ବୈଠକରେ ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ଯୋଗ ଦେଇ ଆଗତ ହେବାକୁ ଥିବା ବଜେଟ୍‌କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ୧୭ରେ ଆଗତ ହେବ ରାଜ୍ୟ ବଜେଟ୍ । ତେବେ ଏଥିର ବଜେଟ୍‌ରେ କାହା ପାଇଁ କଣ ରହିବ ତାହାରି ଉପରେ ରହିଛି ସଭିଙ୍କ ନଜର । ଫୋକସରେ ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗ। ସବୁ ବର୍ଗକୁ ଖୁସି କରିବା ସହ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବା ପାଇଁ, ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଯାହାଫଳରେ ବିଦ୍ୟୁତ ଚାଳିତ ଗାଡ଼ି, ଟିଭି ଭଳି ସାମଗ୍ରୀ ଶସ୍ତା ହେବ। ତେବେ ଆଉ କିଛି ଜିନିଷ ଉପରେ ଅଧିକ ଟିକସ ଲାଗୁ ଯୋଗୁଁ, ମହଙ୍ଗା ହେବ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+