ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହେଲେ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ

ବିଧାନସଭାରୁ ସସ୍‌ପେଣ୍ଡ ହେଲେ ୨ ବିଜେପି ବିଧାୟକ । ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସ୍‌ପେଣ୍ଡ । ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିବାରୁ ସସ୍‌ପେଣ୍ଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କଲେ ବାଚସ୍ପତି । ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍‌ପେଣ୍ଡ ହେଲେ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ।

ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡ଼ିୟମକୁ ଫିଙ୍ଗିଥିଲେ ।

ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡ଼ାଲି ଫୋପାଡିଥିଲେ । ପଲିଥିନରେ ଆଣିଥିବା ଡାଲି ପୋଡିୟମ ଉପରକୁ ଫିଙ୍ଗିଥିଲେ । ଏହାପରେ ଗୃହ ମଧ୍ୟଭାଗରେ ବିଜେପି ବିଧାୟକ ହୋହଲ୍ଲା କରିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହିପରି ଆଚରଣକୁ ନେଇ ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ।

mukesh_mohan_suspend

ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ମାଡ଼ ଓ ୨ ସସ୍‌ପେଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍‌ଅର୍ଡର କହିଲେ । ଏହାକୁ ବିବରଣୀରୁ ବାଦ୍‌ ଦେବାକୁ କହିଲୁ, ବାଚସ୍ପତି ଗ୍ରହଣ କଲେନି ।

ବାଚସ୍ପତି ନିରପେକ୍ଷ ନୁହଁନ୍ତି । ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି । ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କଣ ସସ୍‌ପେଣ୍ଡ କରୁଛନ୍ତି ? ଏ ସସ୍‌ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ, ଆମ ପ୍ରତିବାଦ ଜାରି ରହିବ ବୋଲି ଜୟ ନାରାୟଣ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+