Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ପହଞ୍ଚିଲେ ଅମ୍ବାନୀଙ୍କ ପୁଅ, ବିବାହ ପୂର୍ବରୁ କରିବେ ଜଗା ଦର୍ଶନ

ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓଡ଼ିଶାରେ ପହଞ୍ଚିଛନ୍ତି । ବିବାହ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅନନ୍ତ ଓଡ଼ିଶା ଆସିଛନ୍ତି ।

ଭୁବନେଶ୍ୱର: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓଡ଼ିଶାରେ ପହଞ୍ଚିଛନ୍ତି । ବିବାହ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅନନ୍ତ ଓଡ଼ିଶା ଆସିଛନ୍ତି । ଏଥିଲାଗି ବିମାନବନ୍ଦରରେ କଡା ସୁରକ୍ଷା ବଳୟରେ ସଡ଼କ ପଥରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

mukesh ambani

ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି । ଅନନ୍ତଙ୍କ ସୁରକ୍ଷା ପାଇଁ ମୁମ୍ବାଇର ଏକ ପୋଲିସ ଟିମ୍ ଏବଂ ଓଡ଼ିଶା ପୋଲିସ ଟିମ୍ ଏୟାର ପୋର୍ଟରେ ଉପସ୍ଥିତ ଥିଲେ । ଏହି ସମୟରେ ଅନନ୍ତଙ୍କ ସହ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ନଥିଲେ ।

ଗତକାଲି ଗୌହାଟୀର ଦେବୀ କାମାକ୍ଷାଙ୍କ ଦର୍ଶନ ସାରି ସେ ଓଡ଼ିଶା ଆସୁଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଅମ୍ବାନୀ ପରିବାରର ବିବାହ ଉତ୍ସବ ପାଇଁ ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ପାଖେ ବିବାହ କାର୍ଡ ଦେଖି ଶୁଭକାର୍ଯ୍ୟ ଆରମ୍ଭ କରିଥିଲେ ଅମ୍ବାନି ଦମ୍ପତି । ପୂର୍ବରୁ ବଡ ପୁଅ ଓ ଝିଅ ବିବାହ ଶେଷ ହୋଇଥିବା ବେଳେ ଏବେ ସାନପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ ।

ସୂଚନାଯୋଗ୍ୟ, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚେଣ୍ଟଙ୍କ ନିର୍ବନ୍ଧ ଗତ ୧୯ ତାରିଖରେ ଶେଷ ହୋଇଛି । ସେଥିପାଇଁ ବିବାହ ପୂର୍ବରୁ ଅନନ୍ତ ଦେବାଦେବୀଙ୍କ ଦର୍ଶନ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+