For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଶାରେ ପହଞ୍ଚିଲେ ଅମ୍ବାନୀଙ୍କ ପୁଅ, ବିବାହ ପୂର୍ବରୁ କରିବେ ଜଗା ଦର୍ଶନ

ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓଡ଼ିଶାରେ ପହଞ୍ଚିଛନ୍ତି । ବିବାହ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅନନ୍ତ ଓଡ଼ିଶା ଆସିଛନ୍ତି ।

|

ଭୁବନେଶ୍ୱର: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓଡ଼ିଶାରେ ପହଞ୍ଚିଛନ୍ତି । ବିବାହ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅନନ୍ତ ଓଡ଼ିଶା ଆସିଛନ୍ତି । ଏଥିଲାଗି ବିମାନବନ୍ଦରରେ କଡା ସୁରକ୍ଷା ବଳୟରେ ସଡ଼କ ପଥରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

mukesh ambani

ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି । ଅନନ୍ତଙ୍କ ସୁରକ୍ଷା ପାଇଁ ମୁମ୍ବାଇର ଏକ ପୋଲିସ ଟିମ୍ ଏବଂ ଓଡ଼ିଶା ପୋଲିସ ଟିମ୍ ଏୟାର ପୋର୍ଟରେ ଉପସ୍ଥିତ ଥିଲେ । ଏହି ସମୟରେ ଅନନ୍ତଙ୍କ ସହ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ନଥିଲେ ।

ଗତକାଲି ଗୌହାଟୀର ଦେବୀ କାମାକ୍ଷାଙ୍କ ଦର୍ଶନ ସାରି ସେ ଓଡ଼ିଶା ଆସୁଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଅମ୍ବାନୀ ପରିବାରର ବିବାହ ଉତ୍ସବ ପାଇଁ ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ପାଖେ ବିବାହ କାର୍ଡ ଦେଖି ଶୁଭକାର୍ଯ୍ୟ ଆରମ୍ଭ କରିଥିଲେ ଅମ୍ବାନି ଦମ୍ପତି । ପୂର୍ବରୁ ବଡ ପୁଅ ଓ ଝିଅ ବିବାହ ଶେଷ ହୋଇଥିବା ବେଳେ ଏବେ ସାନପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ ।

ସୂଚନାଯୋଗ୍ୟ, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚେଣ୍ଟଙ୍କ ନିର୍ବନ୍ଧ ଗତ ୧୯ ତାରିଖରେ ଶେଷ ହୋଇଛି । ସେଥିପାଇଁ ବିବାହ ପୂର୍ବରୁ ଅନନ୍ତ ଦେବାଦେବୀଙ୍କ ଦର୍ଶନ କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mukesh Ambani Son Anant Ambani Arrived in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X