Get Updates
Get notified of breaking news, exclusive insights, and must-see stories!

ବହିଷ୍କାର ପରେ ମୁହଁ ଖୋଲିରେ ମହମ୍ମଦ ମୋକିମ୍, କହିଲେ ପରାମର୍ଶ ଦେଇଛି କିଛି ଭୁଲ କରିନି

କଂଗ୍ରେସରୁ ବହିଷ୍କାର ପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । କହିଲେ ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । କଂଗ୍ରେସ ମତେ ଦଳଠାରୁ ଦୁରେଇ ଦେଇପାରେ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲି....ଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଦଳ ମୋ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି ।

Muhammad Mokim

ମୁଁ ଏହାକୁ ସ୍ୱୀକାର କରୁଛି, ମୁଁ ରାହୁଲଙ୍କ କଥା 'ଡରୋ ମତ୍' କୁ ଅନୁକରଣ କରୁଛି । ମୁଁ ଡରିଵା ଲୋକ ନୁହେଁ, ମୁଁ ରାଜନୀତିରେ ଅଛି ଓ ରହିବି । ମୁଁ ଏଭଳି କାର୍ଯ୍ୟାନୁଷ୍ଠାନ ଆଶା କରିନଥିଲି, ଆଗକୁ କଣ କରିବି ନିଷ୍ପତ୍ତି ନେବି । ତେବେ ସୋଫିଆ ଦଳ ସହିତ ଅଛନ୍ତି, ଯେହେତୁ ସେ ବିଧାୟିକା ସେ ତାଙ୍କ କାମ ଜାରି ରଖିବେ । ମୁଁ କଂଗ୍ରେସରେ ଏବେ ନଥିବାରୁ ଏ ସମ୍ପର୍କରେ କିଛି କହିବାକୁ ଚାହେଁନି । ସତ୍ୟ ପଥରେ ଗଲେ ଜୀବନ ଘଟଣା ଵହୂଳ ହୁଏ ।ସତ୍ୟ ପଥରେ ଚାଲୁଥିବା ବ୍ୟକ୍ତିଙ୍କ ତ୍ୟାଗ ଦଳ ପାଇଁ ଭଲ ସମୟ ଆଣିଵ ।

ସୂଚନା ଥାଉକି, କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି ।

ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ । କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+