କେନ୍ଦ୍ରାପଡାରେ ଏମଏସଏମଇ ‘TEAM' ଉଦ୍ୟମ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ବିକାଶ ଏବଂ ବଜାର ସୁଯୋଗ ବୃଦ୍ଧିକୁ ଲକ୍ଷ୍ୟ କରି National Small Industries Corporation (NSIC) ପକ୍ଷରୁ MSME TEAM (Trade Enablement and Marketing) ଉଦ୍ୟମ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ସଂକୃତି ଭବନ, କେନ୍ଦ୍ରାପଡା ଠାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଉଦ୍ୟମୀ, ଯୁବ ଉଦ୍ୟୋଗୀ ଏବଂ ସ୍ଥାନୀୟ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ NSIC ର CMD ଡା. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ, ଉଦ୍ୟମୀମାନଙ୍କୁ ଉତ୍ପାଦର ଗୁଣଗତ ସର୍ଟିଫିକେସନ, ଉତ୍ପାଦ ବିକାଶ, ବଜାର ଗବେଷଣାର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ସେ ONDC ପ୍ଲାଟଫର୍ମରେ ମାଗଣା ନୋଦଣୀ କରି ଜାତୀୟ ଓ ଆନ୍ତର୍ଜାତୀୟ ବଜାର ସହିତ ଯୋଡ଼ିବାକୁ ଉଦ୍ୟମୀମାନଙ୍କୁ ଆହ୍ୱାନ କରିଥିଲେ।
କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଅୟର, କହିଥିଲେ ଯେ, ଜିଲ୍ଲାରୁ ବିଶ୍ୱସ୍ତରୀୟ ଉତ୍ପାଦ ତିଆରି ପାଇଁ ସତ୍ୟନିଷ୍ଠ ଉଦ୍ୟମୀମାନଙ୍କ ସମସ୍ତ ପଦକ୍ଷେପକୁ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ସହଯୋଗ ଯୋଗାଇବ।
ଓଡିଶା ସରକାର MSME ବିଭାଗର ଯୁକ୍ତ ସଚିବ ଶ୍ରୀ ପ୍ରଫୁଲ୍ଲ କୁଜୁର, ରାଜ୍ୟ ସରକାରଙ୍କ MSME ପ୍ରୋତ୍ସାହନ ଯୋଜନା ଓ ସହାୟତା ବ୍ୟବସ୍ଥା ବିଷୟରେ ଉଦ୍ୟମୀମାନଙ୍କୁ ସୂଚନା ଦେଇଥିଲେ।
ଖଦି ଓ ଗ୍ରାମଦ୍ୟୋଗ ଆୟୋଗ (KVIC)ର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ସୁଭାଷ ଛେତ୍ରୀ, ବ୍ୟବସାୟ ଆରମ୍ଭ ପୂର୍ବରୁ ଉଦ୍ୟମୀମାନଙ୍କ ପାଇଁ Upskilling ଓ Reskillingର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, କେନ୍ଦ୍ରାପଡାର ଲିଡ୍ ବ୍ୟାଙ୍କ ଅଫିସର ଶ୍ରୀ ରମାକାନ୍ତ ମାଝୀ, MSME ମାନଙ୍କ ପାଇଁ ବ୍ୟାଙ୍କିଂ କ୍ଷେତ୍ରରୁ ମିଳୁଥିବା ଋଣ ଓ ଆର୍ଥିକ ସହଯୋଗ ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, MSME-DFO କଟକର ସହାୟକ ନିର୍ଦ୍ଦେଶକ ଶ୍ରୀ ଦିବାକର, DIC କେନ୍ଦ୍ରାପଡାର ମହାପ୍ରବନ୍ଧକ ଶ୍ରୀ ପି.କେ. ସାହୁ, NSIC ର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ସାଗର ସିଂହ ଏବଂ SNP ଶ୍ରୀ ସ୍ୱରୂପ ମହାପାତ୍ର ଉପସ୍ଥିତ ଥିଲେ।
NSIC ର ଉପମହାପ୍ରବନ୍ଧକ ଶ୍ରୀ କମଳ ଲୋଚନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡା. ସତ୍ୟପ୍ରକାଶ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଉଦ୍ୟମୀମାନଙ୍କ ପାଇଁ ONDC ପ୍ଲାଟଫର୍ମରେ ମାଗଣା ଅନଲାଇନ୍ ନୋଦଣୀ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି NSIC ଓ ପୂର୍ବଦୋୟ ଓଡିଶା ଫାଉଣ୍ଡେସନର ମିଳିତ ସହଭାଗିତାରେ ସଫଳତାର ସହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ NSIC ତରଫରୁ ଶ୍ରୀ ଏସ. କେ. ସାହା, ଶ୍ରୀ ସୁରଜିତ ମହାପାତ୍ର ଓ ପୂର୍ବଦୋୟ ଓଡିଶା ତରଫରୁ ଶ୍ରୀ ଚିରଞ୍ଜିବି ନାୟିକ ସହଯୋଗ କରିଥିଲେ ।












Click it and Unblock the Notifications