Get Updates
Get notified of breaking news, exclusive insights, and must-see stories!

ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ: କାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ

ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ । ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ । କାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ ।

ଡିସେମ୍ବର୪, ୨୦୨୦ ମସିହାରେ ତତ୍‍କାଳୀନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଲିସ ଗିରଫ କରିଥିଲା। ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ସେ ଏବଂ ତାଙ୍କର ବନ୍ଧୁ ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ କିଛି ଲୋକଙ୍କୁ ଠକିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ଖଣ୍ଡନ କରିଥିଲେ ଶ୍ରୀ ପାଣିଗ୍ରାହୀ। କିନ୍ତୁ ରୁଜୁ ହୋଇଥିବା ମାମଲାକୁ ଆଧାର କରି ତାଙ୍କୁ ସେତେବଳେ ୧୪ ଦିନ ପୁଲିସ ରିମାଣ୍ଡକୁ ପଠାଯାଇଥିଲା ।

Pradeep Panigrahi

ଆଜି ୪ ବର୍ଷ ପରେ ରାଜନୀତିକ ପରିବର୍ତ୍ତନ ପରେ ଡ. ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତାଙ୍କର ବନ୍ଧୁମାନେ ମଧ୍ୟ ଏହି ଅଭିଯୋଗରୁ ଖଲାସ ହୋଇଛନ୍ତି। ଶ୍ରୀ ପାଣିଗ୍ରାହୀ ରାୟ ପ୍ରକାଶ ପରେ ' ସତ୍ୟର ଜୟ ହୋଇଛି' ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଗୋପାଳପୁରର ବିଧାୟକ ଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ କାର୍ତ୍ତିକ ପ୍ରଧାନ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିବା ବେଳେ ଗୋଳନ୍ଥରା ଥାନାରେ ଲକ୍ଷ୍ମୀ ନାୟକ ନାମ୍ନୀ ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ଗତ ୨୦୨୦ ମସିହା ନଭେମ୍ବର ମାସରେ ଏନେଇ କଟକ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ପ୍ରଦୀପଙ୍କ ନାଁରେ ୫ଟି ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ବିଜେଡିରୁ ତାଙ୍କୁ ବହିଷ୍କାର ମଧ୍ୟ କରାଯାଇଥିଲା ।

ତେବେ ପୂର୍ବ ସରକାରଙ୍କ ଚାପର ଶିକାର ହୋଇ କେସ୍‌ ଦେଇଥିବା ନେଇ ଅଭିଯୋଗକାରୀ କୋର୍ଟରେ ବୟାନ ରଖିବା ପରେ ଏବେ ଗତକାଲି ତାଙ୍କୁ ୨ଟି ମାମଲାରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଅନ୍ୟପଟେ ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ 'ଆଇଏଫଏସ' ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ । ଆଜି ଅନ୍ୟ ୩ଟି ମାଲାରେ ରାୟ ପ୍ରକାଶ କରି ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+