ମହୁଆଙ୍କ ସହିତ ବିବାହକୁ ନେଇ କନଫର୍ମ କଲେ ସାଂସଦ ପିନାକୀ ମିଶ୍ର, କହିଲେ ଯାହା ଜଗନ୍ନାଥଙ୍କ ଇଚ୍ଛା

ସାଂସଦ ମହୁଆ ମୋଇତ୍ରାଙ୍କ ସହ ବାହାଘରକୁ ନେଇ କଲେ କନଫର୍ମ କଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । କହିଲେ ଯାହା ଜଗନ୍ନାଥଙ୍କ ଇଚ୍ଛା । ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ ହୋଇଛି ବାହାଘର । ଜଗନ୍ନାଥଙ୍କ ଏହା ଲୀଳା ।

ସାଂସଦ ମହୁଆ ମୋଇତ୍ରାଙ୍କ ସହ ସାଂସଦ ପିନାକୀ ମିଶ୍ରଙ୍କ ବାହାଘର ହୋଇଥିବା ନେଇ ଗତକାଲିଠାରୁ ଖବର ପ୍ରଚାରିତ ହେଉଛି । ଦୁହେଁ ଜର୍ମାନୀରେ ୩୦ ମଇରେ ବାହା ହୋଇଥିବା ଜଣାପଡିଛି । ମହୁଆ ପିନାକୀ ମିଶ୍ରଙ୍କ ହାତ ଧରି ଚାଲୁଥିବା ଫଟୋ ମଧ୍ୟ ଘୁରିବୁଲୁଛି । ମହୁଆ ମୈତ୍ର ଏକ ଶାଢ଼ୀ ଏବଂ ବହୁତ ସୁନା ଅଳଙ୍କାର ପିନ୍ଧିଛନ୍ତି ଏବଂ ସେ ପିନାକୀ ମିଶ୍ରଙ୍କ ହାତ ମଧ୍ୟ ଧରିଛନ୍ତି ।

MP Pinaki Mishra confirms marriage with Mahua

ମହୂଆ ମୈତ୍ର ନିଜର ଦ୍ୱିତୀୟ ଥର ପାଇଁ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ପିନାକୀ ମିଶ୍ର ୨୩ ଅକ୍ଟୋବର ୧୯୫୯ରେ ଓଡ଼ିଶାର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ବିଶିଷ୍ଟ ରାଜନେତା ଏବଂ ବରିଷ୍ଠ ଓକିଲ। ୧୯୯୬ ମସିହାରେ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇ କଂଗ୍ରେସ ସହିତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଶ୍ରୀ ମିଶ୍ର। ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ୨୦୦୯, ୨୦୧୪ ଏବଂ ୨୦୧୯ରେ ସାଂସଦ ନିର୍ବାଚିତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+