ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସାଂସଦ ଚନ୍ଦ୍ରଶେଖର ସାହୁ
ମେଡିକାଲରେ ଭର୍ତ୍ତି ହେଲେ ସାଂସଦ ଚନ୍ଦ୍ରଶେଖର ସାହୁ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅସୁସ୍ଥ ହୋଇ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରେ ତାଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍, ସାଂସଦ ସସ୍ମିତ ପାତ୍ର ଓ ସାଂସଦ ମାନସ ମଙ୍ଗରାଜ। ଚନ୍ଦ୍ରଶେଖରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଏହାବ୍ୟତୀତ ସାଂସଦ ମାନସ ମଙ୍ଗରାଜ ମଧ୍ୟ ହସ୍ପିଟାଲରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଚନ୍ଦ୍ରଶେଖରଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଦିନେରୁ ଦୁଇ ଦିନ ମଧ୍ୟରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।












Click it and Unblock the Notifications