ସାଂସଦ ଅପରାଜିତାଙ୍କୁ ସ୍ୱାଗତ କଲେ ହଜାର ହଜାର ସମର୍ଥକ
ସାଂସଦ ଅପରାଜିତାଙ୍କୁ ସ୍ୱାଗତ କଲେ ହଜାର ହଜାର ସମର୍ଥକ
ଭୁବନେଶ୍ୱର: ଆନ୍ତରଜାତୀୟ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ(ଆଇପିୟୁ)ର କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହୋଇ ଫେରିବା ପରେ ସାଂସଦ ଅପରାଜିିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅପରାଜିତାଙ୍କ ସ୍ୱାଗତ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସିଥିଲେ ହଜାର ହଜାର ସମର୍ଥକ । ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା ।

ସୂଚନା ଅନୁସାରେ, ନିକଟରେ ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା ଆଇପିୟୁରେ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଅପରାଜିତା । ଯେଉଁଥି ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ପକ୍ଷରୁ ପ୍ରାର୍ଥୀ ଭାବେ ଚୟନ କରିଥିଲେ । ଏହି ନିର୍ବାଚନରେ ୧୭୮ଟି ଦେଶ ସାମିଲ ହୋଇଥିବା ବେଳେ ଦୁଇ ତୃତୀୟାଂଶ ଭୋଟ୍ ପାଇ ସାଂସଦ ଅପରାଜିତା ବିଜୟ ଲାଭ କରିଥିଲେ । ଗତକାଲି ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦରରେ ହଜାର ହଜାର ଲୋକ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ, ବାଜା ଓ ସମର କଳା ମାଧ୍ୟମରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ବିମାନ ବନ୍ଦରୁ ପଳାଶପଲୀ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା ।












Click it and Unblock the Notifications