ଶିକ୍ଷକ ବଦଳି ସୁପାରିସ କରିପାରିବେ MP ଓ MLA; ଜାଣନ୍ତୁ କ'ଣ ରହିଛି ନିୟମ ?

ରାଜ୍ୟରେ ଶିକ୍ଷକ ବଦଳି ପାଇଁ MP ଓ MLA ସୁପାରିସ କରିପାରିବେ । ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣ ଶିକ୍ଷକ (ପ୍ରାଥମିକ ଏବଂ ମାଧ୍ୟମିକ ଉଭୟ ଅନ୍ତର୍ଭୁକ୍ତ)ଙ୍କ ବଦଳି ସୁପାରିସ କରିପାରିବେ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି ।

ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ । ସର୍ବାଧିକ ଭାବରେ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ ପରିପାରିବେ । ଏପଟେ ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବେ । ମେ'୧୫ ରୁ ଜୁନ୍‌ ୧୫ ମଧ୍ୟରେ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ କରାଯିବ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

MP and MLA can recommend replacing teachers

କଣ ରହିଛି ନିୟମ:

  • ଏହି ନୀତିର ଉଲ୍ଲଂଘନ କରିବା ଉଚିତ୍ ନୁହେଁ ।
  • ଜରୁରୀ ଆବଶ୍ୟକତା ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ।
  • କୌଣସି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର କରାଯିବା ଉଚିତ୍ ମନେକରାଜିବ ନାହିଁ ।
  • ଏହା କେବଳ ଜିଲ୍ଲା ମଧ୍ୟରେ ସ୍ଥାନାନ୍ତର ପାଇଁ ପ୍ରଯୁଜ୍ୟ ଅଟେ ।
  • ସାଂସଦ / ବିଧାୟକଙ୍କ ପ୍ରସ୍ତାବ ସଂପୃକ୍ତ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଦାଖଲ କରିବେ । ଯାହା DLTC ଦ୍ଵାରା ଏହାର ସମାଧାନ କରାଯିବ ।ଯେଉଁଠାରେ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗୋଟିଏରୁ ଅଧିକ ଜିଲ୍ଲା ରହିଥିବ, ସେହି ସଂସଦୀୟ କ୍ଷେତ୍ର ମଧ୍ୟରେ ଥିବା ଅନ୍ୟ କଲେକ୍ଟରମାନଙ୍କୁ ସୂଚିତ କରି ସମ୍ପୃକ୍ତ DLTC ଦ୍ୱାରା ସମାଧାନ ପାଇଁ ପ୍ରସ୍ତାବଗୁଡ଼ିକ ନୋଡାଲ୍ କଲେକ୍ଟର (ସେହି ସଂସଦୀୟ କ୍ଷେତ୍ରର ରିଟର୍ଣ୍ଣିଂ ଅଧିକାରୀ)ଙ୍କ ନିକଟରେ ଦାଖଲ କରାଯିବ ।
  • ସାଂସଦ (ରାଜ୍ୟସଭା) କ୍ଷେତ୍ରରେ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୂଚିତ କରି ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ଦାଖଲ କରାଯାଇପାରିବ । DSE ତାଲିକାଟିକୁ DLTCଙ୍କ ଦ୍ୱାରା ସମାଧାନ ପାଇଁ DEEଙ୍କୁ ସୂଚିତ କରି ସମ୍ପୃକ୍ତ କଲେକ୍ଟରଙ୍କ ନିକଟକୁ ପଠାଇବେ ।
  • ଏହି ପ୍ରସ୍ତାବ ଅଧିବେଶନ (୧୫ ମେ'ରୁ ୧୫ ଜୁନ୍) ମଧ୍ୟରେ ସମସ୍ତ ପ୍ରସ୍ତାବ ଦାଖଲ କରାଯିବା ଆବଶ୍ୟକ ।
  • ଏହି ବ୍ୟବସ୍ଥା ଥରକ ପାଇଁ ଲାଗୁ, ଯାହା କେବଳ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଯୁଜ୍ୟ ।

କେତେ ଖାଲି ପଡିଛି ଶିକ୍ଷକ ପଦବୀ

ହାଇସ୍କୁଲରେ ଶିକ୍ଷକ ଅଭାବ ବିଶେଷ ଭାବରେ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ଶିକ୍ଷକ ନାହାନ୍ତି । ହଜାର ହାଜର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଫେବୃଆରୀ ୧ ଯାଏଁ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୨୨୫୦ ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଛି । ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି ତାହା ନୁହେଁ ବରଂ ହଜାର ହଜାର ସହକାରୀ ଶିକ୍ଷକ, କ୍ଲର୍କ, ପିଅନ, ନାଇଟ ୱାଚମ୍ୟାନ ପଦବୀ ଖାଲି ପଡ଼ିଛ । ଫେବୃଆରୀ ୧ ତାରିଖ ସୁଧା ରାଜ୍ୟରେ ଥିବା ସମସ୍ତ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ୨୨୫୦ଟି ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ପଡିଥିବା ବେଳେ ୫୧୯୯ଟି ସହକାରୀ ଶିକ୍ଷକଙ୍କ ପଦବୀ ଖାଲିପଡିଛି । ସେହିପରି ଭାବରେ କ୍ଳର୍କ ପଦବୀ ୬୧୧ ସହିତ ୫୦୮୮ଟି ପିଅନ ପଦବୀ ଖାଲି ପଡିଛି । ୧୫୫୦ଟି ନାଇଟୱାଚ କମ୍‌ ସୁଇପର ପଦବୀ ଖାଲିପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+