Get Updates
Get notified of breaking news, exclusive insights, and must-see stories!

ଅନାଥ ଶିଶୁଙ୍କ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅମର ପଟ୍ଟନାୟକ

ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କ ପାଇଁ ପଢିବାର ସ୍ବତନ୍ତ୍ର ବ୍ୟବସ୍ଥା କେନ୍ଦ୍ର ସରକାର କରନ୍ତୁ ବୋଲି ଚିଠିରେ ଅମର ଦାବି କରିଛନ୍ତି ।

ଭୁବନେଶ୍ବର: ଅନାଥ ଶିଶୁଙ୍କ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କ ପାଇଁ ପଢିବାର ସ୍ବତନ୍ତ୍ର ବ୍ୟବସ୍ଥା କେନ୍ଦ୍ର ସରକାର କରନ୍ତୁ ବୋଲି ଚିଠିରେ ଅମର ଦାବି କରିଛନ୍ତି ।

Amar Patnaik

ସେ ଚିଠିରେ ଲେଖିଛନ୍ତି, ଦେଶରେ ଜାରି ରହିଥିବା ମହାମାରୀ କରୋନାର ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ଦେଖିବାକୁ କେହି ନାହାନ୍ତି। ଯାହା ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିଛନ୍ତି। ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ସେ ଚିଠିରେ ଦାବି ଜଣାଇଛନ୍ତି ।

ସେ ଆହୁରୀ ଲେଖିଛନ୍ତି, ଦେଶର କୌଣସି ବି ସ୍ଥାନରେ ଯଦି ଅନାଥ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି, ତାଙ୍କୁ walk in ମାଧ୍ୟମରେ ଆଡମିଶନ ଦିଆଯାଉ। ତଥ୍ୟ ଓ ତାଲିକା ଆସିବାର ଅପେକ୍ଷା ନ କରାଯାଉ। ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ ରହିଛି। ଜଗନ୍ନାଥ ଚାହୁଁଛନ୍ତି ଯେ ସେମାନଙ୍କ ଆଡମିଶନ ହେଉ ଓ ଭବିଷ୍ୟତ ଅନ୍ଧାର ନ ହେଉ। ଏ ଦିଗରେ ସମାଜ ମିଶିକି କାମ କରୁ ବୋଲି ବିଜେଡି ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+