ଭୟାନକ ଦୃଶ୍ୟ: ଚଳନ୍ତା ବସରେ ଲାଗିଲା ନିଆଁ, ବସରେ ଥିଲେ ୩୦ ଯାତ୍ରୀ
କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଏହି ଭଳି ଭୟନାକ ଦୃଶ୍ୟ ଦେଖିବାକୁ ମିଳିଛି ।
କନ୍ଧମାଳ: ଚଳନ୍ତା ବସରେ ଲାଗିଲା ନିଆଁ । ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସରେ ଥିଲେ 30 ଜଣ ଯାତ୍ରୀ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଏହି ଭଳି ଭୟନାକ ଦୃଶ୍ୟ ଦେଖିବାକୁ ମିଳିଛି ।

ରୁଦ୍ରକାଳୀ ନାମକ ଯାତ୍ରୀବାହୀ ଘରୋଇ ବସରେ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଥିବା ସୂଚନା ରହିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ପାଖାପାଖି ୩୦ ଯାତ୍ରୀ ।
ସୂଚନା ଅନୁସାରେ, ବସଟି ସକାଳୁ କଳାହାଣ୍ଡି ଜିଲ୍ଲାର ଏମ ରାମପୁରରୁ ଭଞ୍ଜନଗର ଅଭିମୁଖେ ବାହାରିଥିଲା । ବାଲିଗୁଡ଼ାରୁ ପ୍ରାୟ ୧୦ କିଲୋମିଟର ଧୁଙ୍ଗିଆଦିଆ ଘାଟି ଉଠୁଥିବା ସମୟରେ ହଠାତ୍ ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।












Click it and Unblock the Notifications