ରତ୍ନ ଭଣ୍ଡାରରୁ ସ୍ଥାନାନ୍ତର ହେଲେ ମହାପ୍ରଭୁଙ୍କ ଆଲମିରା ଓ ସିନ୍ଦୁକ
ଶୁକ୍ରବାର ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ସେବାୟତଙ୍କ ସହାୟତରେ ଭିତର ରତ୍ନଭଣ୍ଡାରୁ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଗମୋହନରୁ ବେହରଣ ଦ୍ବାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍ରେ ସ୍ଥାନାନ୍ତର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଶୁକ୍ରବାରେ ଏହି ସୂଚନା ଦେଇଛନ୍ତି। ଏପରିକି ଭିତର ରତ୍ନଭଣ୍ଡାରୁ କିଛି ଛଡାଯାଇ ନାହି। ବାହାରିଥିବା ଅଳିଆ ଆବର୍ଜନାକୁ ମଧ୍ୟ ଗଣ୍ଡୁଳି କରି ରୁମ୍ରେ ରଖାଯାଇଥିବା ମୁଖ୍ୟ ପ୍ରଶାସକ ପାଢ଼ୀ ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏଥିରେ ଥିବା ସମସ୍ତ ଅଳଙ୍କାର ଷ୍ଟ୍ରଙ୍ଗରୁମରେ ରଖାଯାଇଛି।

ସେହିପରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ତାଙ୍କ ପ୍ରତିକ୍ରିୟାରେ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ଶାନ୍ତି ଶୃଙ୍ଖଳାର ସହିତ ଭିତର ରତ୍ନଭଣ୍ଡାରୁ ଆଲମାରୀ ଓ ସିନ୍ଦୁକ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି।
ଅପରାହ୍ନ ୨ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଥାନାନ୍ତର ବେଳେ ସାଧାରଣ ଦର୍ଶନ ବନ୍ଦ ରହି ଥିବା ବେଳେ ଆନନ୍ଦ ବଜାରରୁ ଅବଢ଼ା ମିଳିଥିଲା। ସ୍ଥାନାନ୍ତରଣ ଶେଷ ପରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସ୍ଥାନାନ୍ତରଣ ବେଳେ ଟେକନିକାଲ ଟିମ୍ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହିଥିଲେ। ଏପରିକି ଓଡ୍ରାଫ, ଅଗ୍ନିଶମ ଏବଂ ସ୍ନେକ ହେଲପ ଲାଇନ ସଦସ୍ୟ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ରହିଥିଲେ।












Click it and Unblock the Notifications