ଓଡ଼ିଶା- ସିଙ୍ଗାପୁର ସହ ୮ପ୍ରକଳ୍ପ ଉପରେ MOU ସ୍ବାକ୍ଷର

ଭୁବନେଶ୍ୱର: ଓଡିଶା ଗସ୍ତରେ ଏବେ ସିଙ୍ଗାପୁର ରାଷ୍ଟ୍ରପତି ଥିବାବେଳେ ତାଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଆଜି ୮ଟି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି | ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ଵାକ୍ଷର କରାଯାଇଛି |

ଏହି ସମୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହ‌ଯୋଗକୁ ମଜବୁତ କରିବା ପାଇଁ ଓଡିଶା ସରକାର ଏବଂ ବିଭିନ୍ନ ସିଙ୍ଗାପୁରର ସଂସ୍ଥାଗୁଡ଼ିକ ମଧ୍ୟରେ ନିମ୍ନଲିତ ଚୁକ୍ତିନାମା ର ବିନିମୟ ହୋଇଥିଲା

1. ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସମ୍ପର୍କରେ ଗବେଷଣା: ଶକ୍ତି ବିଭାଗ, ଓଡ଼ିଶା ସରକାର ଓ ଆଇଆଇଟି ଭୁବନେଶ୍ଵର ଏବଂ ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ୍ ୟୁନିଭରସିଟି, ସିଙ୍ଗାପୁର

2. ଇଣଷ୍ଟ୍ରିଆଲ୍ ପାଇଁ: ଇଡକୋ ଏବଂ ସେମ୍ବକର୍ପ, ସିଙ୍ଗାପୁର

3. ନୂତନ ସହରର ବିକାଶ: ଚିକିଏ ଏବଂ ସୁରଚନ କୁରୋଙ୍ଗ, ସିଙ୍ଗାପୁର

4. ଗ୍ରୀନ ହାଇଡ୍ରୋଜେନ୍‌ ଜରିଚର୍ ଇପିକଲ ଏବଂ ସେମ୍ୱକର୍ପ, ସିଙ୍ଗାପୁର

5. ପେଟ୍ରୋଲିୟମ୍, ଜେମିଜାଲ୍ସ ଏବଂ ପେଟ୍ରୋ କେମିକାଲ୍ ନିବେଶ କ୍ଷେତ୍ର (ପିସିପିଆଇଆର): ଇଡକୋ ଏବଂ ସୁରବନ କୁରୋଙ୍ଗ,

6. ସିଙ୍ଗାପୁର ଓଡ଼ିଶାର ଆର୍ଥିକ ପ୍ରଯୁକ୍ତିଗତ ପ୍ରବନ୍ଧନର ସୁଦୃଢ଼ୀକାରଣ: ବୈଦ୍ୟୁତିକ ଅଣୁବିଜ୍ଞାନ ତଥା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡ଼ିଶା ସରକାର ଏବଂ ଡିଏଫ୍ ଟିଏନ୍. ସିଙ୍ଗାପୁର

7. ଭବିଷ୍ୟତ ପାଇଁ ଦକ୍ଷତା ବିକାଶ: ଓଡ଼ିଶାରେ ଏହି କ୍ଷେତ୍ରର ବ୍ୟାପକତା ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଏବଂ ଆଇଟିର ଏଜୁକେଶନ ସର୍ଭିସେସ୍, ସିଙ୍ଗାପୁର

8. ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ: ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଏବଂ ଆଇଟିର ଏଜୁକେଶନ ସର୍ଭିସେସ୍ଟ ସିଙ୍ଗାପୁର

mohan majhi

ଅପରାହ୍ନ ୪ଟାରେ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିବା ସହ ୱାର୍ଲଡ଼ ସ୍କିଲ୍ ସେଣ୍ଟର ମଧ୍ୟ ବୁଲି ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ଆସନ୍ତାକାଲି ରଘୁରାଜପୁର ହେରିଟେଜ୍ ଭିଲେଜ୍ ଓ ଆଇଓସିଏଲ ଇଣ୍ଟରପେସନ୍ ବୁଲି ଦେଖିବେ । ଏଥିସହ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+