ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି଼ ହେବ AI: ଭୁବନେଶ୍ୱର AIIMS ଏବଂ IIT ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫଳରେ ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଣିବ ନୁତନ ସଂଚାର, ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ଏହା ପ୍ରୋତ୍ସାହିତ କରିବ ।
ଡାକ୍ତରୀ ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନୁଷ୍ଠାନ ଏକାଧିକ ସ୍ବଳ୍ପକାଳୀନ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ଯୋଜନା କରା ଯାଇଛି । ବିଭିନ୍ନ ଜଟିଳ ରୋଗର ତ୍ବରିତ ନିରୂପଣ ଏବଂ ପୂର୍ବାନୁମାନ କରିବାରେ ଏହା ଉପଯୋଗୀ ହେବ ।

MOU ମୁତାବକ, ଉଭୟ ଅନୁଷ୍ଠାନ ସହଯୋଗରେ ରିସର୍ଚ୍ଚ ଉପରେ କାମ କରିବେ। ଏକ୍ସରେ, MRI ଆଦିରେ AI ଟେକ୍ନୋଲୋଜି ବ୍ୟବହାର ହେବ। ଏବେ ଡାଇଗ୍ନୋସିସ୍ରେ ହ୍ୟୁମାନ ଟେକ୍ନିସିଆନ୍ ବା ଡାକ୍ତର ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । କିନ୍ତୁ AI ଟେକ୍ନୋଲୋଜି ବ୍ୟବହାର ଦ୍ଵାରା ରୋଗର ସଠିକ ଆକଳନ ହୋଇପାରିବ। ଏମିତିକି ରୋଗର ସଠିକ ଚିକିତ୍ସା ମଧ୍ୟ ହୋଇପାରିବ। କ୍ୟାନସର ଓ କ୍ରୋନିକ୍ ଡିଜିଜ ଭଳି ରୋଗ କ୍ଷେତ୍ରରେ ଏହା ବିଶେଷ ଲାଭଦାୟକ ହେବ ବୋଲି AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ଵାସ କହିଛନ୍ତି। ପାଣିପାଗ ଆକଳନ ଭଳି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ସ୍ଵାସ୍ଥ୍ୟ ସେବା ଆକଳନ ମଡେଲ ଭଳି କାମ କରିବ ବୋଲି ସେ କହିଛନ୍ତି।
ସେହିପରି ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ୍ କରମଲକର କହିଛନ୍ତି ଯେ ଆଇଆଇଟି ଭୁବନେଶ୍ୱର ଏବଂ ଏମ୍ସ ସାମୂହିକ ଭାବେ ସମ୍ଭାବ୍ୟ ପାରସ୍ପରିକ ଭାଗିଦାରୀ ଉପରେ ଦୃଷ୍ଟି ରଖିଛନ୍ତି। ଏହି ଦୁଇଟି ଅନୁଷ୍ଠାନ ମଧ୍ୟରେ ହୋଇଥିବା ବୁଝାମଣା ରାଜ୍ୟ ତଥା ସମଗ୍ର ଦେଶରେ ସାମାଜିକ ପ୍ରଭାବ ବୃଦ୍ଧି କରିବ। ଜନହିତକର କାର୍ଯ୍ୟ ପାଇଁ ଏହି ପ୍ରୟାସ ବେଶ ସଫଳ ହେବ। ଏପରି ଏମଓୟୁକୁ ଉତ୍ସାହିତ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରୀ କରମଲକର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଜ୍ଞାନକୌଶଳର ପ୍ରୟୋଗ ଠୋସ୍ ଫଳାଫଳ ଆଣିବା ନେଇ ଶତପ୍ରତିଶତ ପ୍ରୟାସ କରାଯିବ ବୋଲି କହିଛନ୍ତି ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ।
ସେହିପରି IIT ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ବାୟୋମେଡିକାଲ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଖୋଲିବ । ଏହି ସେଣ୍ଟର ଏମ୍ସ ଭୁବନେଶ୍ଵରରୁ ଡାକ୍ତରଙ୍କଠାରୁ ଆସିବାକୁ ଥିବା ରୋଗୀଙ୍କ ତଥ୍ୟ ଆଧାରରେ ବିଭିନ୍ନ ପ୍ରକାର AI ଆଧାରିତ ଉପକରଣ ତିଆରି ହେବ । ଯାହାକି ରୋଗ ଚିହ୍ନଟ ପାଇଁ ବ୍ୟବହାର ହେବ ଓ ରୋଗର ଆଗୁଆ ଆକଳନ କରାଯାଇ ପାରିବ ବୋଲି ଜଣାପଡ଼ିଛି ।












Click it and Unblock the Notifications