ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା
ବ୍ରହ୍ମଗିରି: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମୋଟର ଖରାପ ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ନେଇ ସୂଚନା ମିଳିଛି । ଡଙ୍ଗାରେ ପ୍ରାୟ ୨୫ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି ।

ସୂଚନାଥାଉ ଯେ, ଗତ ଶନିବାର ଦିନ ମଧ୍ୟ ଡଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିଲା । ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ମାଛଧରା ଡଙ୍ଗା ବୁଡିବା ଫଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିଲା । ଡିସେମ୍ବର ୩୦ ଭୋରରୁ ୩ ଜଣ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡି ଆସିବାରୁ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ଥିବା ଅନ୍ୟ 2 ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହେଲେ ବି. ବୈରାଗୀ୍ ।












Click it and Unblock the Notifications