ମାମୁ ଘର ବୁଲିବା ହେଲା ଶେଷ ଯାତ୍ରା, ପୋଖରୀରେ ବୁଡ଼ି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଦଶହରା ବୁଲିବା ପାଇଁ ମାମୁ ଘରକୁ ଆସିଥିଲେ ଭାଇଭଉଣୀ। ପୋଖରୀରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସୁବାଳ ଗାଁରେ। ମୃତ ଭାଇଭଉଣୀଙ୍କ ବୟସ ୧୨ ଓ ୮ ବର୍ଷ ହୋଇଥିବା ସୂଚନା ରହିଛି।

death

ଆଜି ସକାଳେ ଭାଇଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।

ପରିବାର ଲୋକେ ୨ଛୁଆଙ୍କୁ ନ ପାଇ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ପୋଖରୀ କୂଳରେ ଉଭୟଙ୍କ ଜୋତା ପଡ଼ିଥିବା ଦେଖିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପରିବାର ଲୋକେ। ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ୨ ଛୁଆଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା' ପୁଅଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+