ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗ, କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା

ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ହ୍ୟୁମାନଙ୍କ ମା' ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କଲା ପୋଲିସ । ହ୍ୟୁମାନଙ୍କ ମା' ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ କେସ୍ ରୁଜୁ କରିଛି ପୋଲିସ । ଅଭିଯୋଗରେ ଯେଉଁମାନଙ୍କ ନାଁ ଉଲ୍ଲେଖ ରହିଛି ସମସ୍ତଙ୍କୁ ଡକାଯିବ ଓ ପଚରାଉଚରା କରାଯିବ । ଆଇନର ପ୍ରକ୍ରିୟା ଅନୁଯାୟୀ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି କଟକ ଏଡିସିପି ଅମରେନ୍ଦ୍ର ପଣ୍ଡା । ସୁରୁଖୁରୁରେ ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

human death

ସୂଚନାଯୋଗ୍ୟ ଯେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ କଟକ ମର୍କତ ନଗର ଥାନାର ଦ୍ବାରସ୍ଥ ହୋଇଥିଲେ ହ୍ୟୁମାନଙ୍କ ମା' ଶେଫାଳୀ ସୁନା । ହ୍ୟୁମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ଚାପ ମଧ୍ୟ ପ୍ରୟୋଗ କରାଯାଉଥିଲା । ଚିକିତ୍ସାରେ ଅବହେଳା ବି କରାଯାଇଥିଲା, ଏମିତି ଏକାଧିକ ସଙ୍ଗୀନ ଅଭିଯୋଗ ନେଇ କଟକ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହ୍ୟୁମାନ ସାଗରଙ୍କ ମା' ।

କେବଳ ସେତିକି ନୁହଁ, ବଡ଼ ଧରଣର ଆର୍ଥିକ ହେରଫେର ରହିଥିବା ନେଇ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମା' ଅଭିଯୋଗ କରିଥିଲେ । ଯେଉଁମାନେ ହ୍ୟୁମାନଙ୍କ ଅତ୍ୟନ୍ତ ନିକଟତର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କରିଥିଲେ । ହ୍ୟୁମାନଙ୍କ ମା'ଙ୍କ ଦାବି ଅନୁସାରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡ଼ାକ୍ତର, ବାନ୍ଧବୀ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବଲୁଙ୍କ ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କହିଥିଲେ । ହ୍ୟୁମାନ ରହୁଥିବା ଘରର ସିସିଟିଭି ଫୁଟେଜ, ଘରକୁ ଯାତାୟାତ କରୁଥିବା ଲୋକଙ୍କ ରେଜିଷ୍ଟରରେ ଉଲ୍ଲେଖ ନାମ, ହ୍ୟୁମାନଙ୍କ ମୋବାଇଲରୁ ଉଡାଯାଇଥିବା ତଥ୍ୟର ରିକୋଭରୀ ସହ ସିଡିଆର ଯାଞ୍ଚ କରିବାକୁ ସେ ଏତଲା କପିରେ ଉଲ୍ଲେଖ କରିଥିଲେ । ଏହାସହ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+