ଉଲଗ୍ନ ଅବସ୍ଥାରେ ମା’-ଝିଅ ଉଦ୍ଧାର ଘଟଣା: ମିଳିଲା ଉଭୟଙ୍କ ପରିଚୟ
ଉଲଗ୍ନ ଅବସ୍ଥାରେ ମା'-ଝିଅ ଉଦ୍ଧାର ଘଟଣା । ମିଳିଲା ଉଭୟଙ୍କ ପରିଚୟ । ସୁନ୍ଦରଗଡ଼ରୁ ଉଦ୍ଧାର ମା', ଝିଅଙ୍କ ସଂପର୍କରେ ଏସ୍ଡିପିଓ ସୂଚନା ଦେଇଛନ୍ତି । ସେମାନେ ଛତିଶଗଡ଼ ତୁମଳା ଥାନା ଖାରିବାହାଲ ଗାଁର ବାସିନ୍ଦା ବୋଲି ଜଣାପଡିଛି ।
ମହିଳାଙ୍କ ଘର ଛତିଶଗଡ଼ ତପକରା ଥାନା ଖାରିବାହାଲରେ ହୋଇଥିବା ଜଣାପଡ଼ିଛି । ପରିବାର ଲୋକ ଚିହ୍ନଟ କରିବା ପରେ ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ ଭଉଣୀ ଓ ଝିଅଙ୍କର ବୟାନ ରେକର୍ଡ କରାଯାଇଛି । ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅକୁ ଜେରା କରଛି ପୋଲିସ ।
ତେବେ ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା କହିଛନ୍ତି ବଡ଼ ଭଉଣୀ । ୮ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ଠିକ୍ ନଥିବା ସେ କହିଛନ୍ତି । ଏନେଇ ଆସିଥିବା ମହିଳାଙ୍କ ଭଉଣୀ ମଧ୍ୟ ସୂଚନା ଦେଇଛନ୍ତି । ଦୁଷ୍କର୍ମ ନେଇ ଅଭିଯୋଗ ଆସିନି, ପରିବାର ବି ଅଭିଯୋଗ କରି ନାହାନ୍ତି ବୋଲି ପୋଲିସ କହିଛି ।

ଯିଏ ଦୁଷ୍କର୍ମ କଥା କହୁଛନ୍ତି, କେଉଁ ଆଧାରରେ କହୁଛନ୍ତି ଜାଣିନୁ । ଯଦି ଦୁଷ୍କର୍ମ ଅଭିଯୋଗ ଆସେ ତାହେଲେ ତଦନ୍ତ କରାଯିବ । ସେମାନେ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି, ପରିବାର ନେବାକୁ ଚାହୁଁଛି ବୋଲି ପୋଲିସ କହିଛି । ବୁଧବାର ଠାରୁ ସେ ଘରୁ ବାହାରି ଆସିଥିଲେ, ପରିବାର ଖୋଜୁଥିଲେ । ଏନେଇ ଯାହା ଆଇନଗତ ପ୍ରକ୍ରିୟା ରହିଛି ତାହା ପୂରଣ କରାଯିବ ।
୮ ବର୍ଷ ହେଲା ସେମାନଙ୍କ ମାନସିକ ଅବସ୍ଥା ଭଲ ନାହିଁ । ୪ ଦିନ ତଳେ ଉଭୟ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ସୁନ୍ଦରଗଡ଼ରୁ ଉଭୟଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମାନସିକ ଅବସ୍ଥା ଠିକ ନଥିବାବେଳେ ଦିଅର ଦୁଷ୍କର୍ମ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ମହିଳା ।
ସୂଚନା ଯୋଗ୍ୟ, ୬ ତାରିଖ (ଗତ ଶୁକ୍ରବାର) ମଧ୍ୟାହ୍ନ ୧୨ଟାରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ୨ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଥିଲେ । ଏତିକି ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। ନିଜ ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ।












Click it and Unblock the Notifications