ପାରିବାରିକ କଳହର ଭୟଙ୍କର ପରିଣତି: ନିଆଁରେ ପୋଡି ହୋଇ ମା',ଛୁଆଙ୍କ ମୃତ୍ୟୁ

Crime News: ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବା ପାଇଁ ମିଳିଛି । ଜଗତପୁର ଥାନା ଅତୋଡାରେ ଝିଅ ସହ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ମା'। ପ୍ରଥମେ ଶିଶୁ କନ୍ୟା ଏବଂ ପରେ ଏକ ଘରୋଇ ଡାକ୍ତରଖାନାରେ ଚାଲିଯାଇଥିଲା ମା'ର ଜୀବନ । ଏପରି ଘଟଣା ଜଗତପୁର ଥାନା ଅନ୍ତର୍ଗତ ଅତୋଡ଼ା ଗାଁରେ ଘଟିଛି ।

Crime News

ସୂଚନା ଅନୁସାରେ, ମୃତ ମହିଳାଙ୍କର ବର୍ଷକ ପୂର୍ବରୁ ବିବାହ ହୋଇଥିଲା । ହେଲେ ପାରିବାରିକ ଅଶାନ୍ତି କାରଣରୁ ଗତକାଲି ରାତିରେ ଛୁଆ ସହ ନିଜ ଦେହରେ କିରୋସିନ ଢାଣି ନିଆଁ ଲାଗାଇଥିଲା ମା' । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ୪ ମାସ ଛୁଆଁର ଜୀବନ ଚାଲିଯାଇଥିଲା ପରେ ମା'ର ମଧ୍ୟ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ହେଲେ ସୁଚିସ୍ମିତା । ଏହି ଘଟଣାରେ ସୁଚିସ୍ମିତଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଛି । ଏହି ଘଟଣାର ତଦନ୍ତ କରୁଛି ଜଗତପୁର ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+