ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର
Uttam Mohanty Death: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ନିଆଯିବ ମରଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହେବ ଉତ୍ତମାଙ୍କ ଶେଷକୃତ୍ୟ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଉତ୍ତମାଙ୍କ ଶେଷକୃତ୍ୟ ।

ଲିଭର ସିରୋସିସ ରୋଗରେ ପୀଡିତ ହେବା ପରେ ତାଙ୍କୁ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଅଭିନେତା ମୃତ୍ୟୁ ପରେ ଓଲିଉଡ ଇଣ୍ତଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି ।












Click it and Unblock the Notifications