For Quick Alerts
Turn On Notification  
For Daily Alerts
Oneindia App Download

ବାସଭବନରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର

ସରବାହାଲ ବାସଭବନରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର । ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ମରଶରୀର ସରବାହାଲ ବାସଭବନକୁ ନିଆଯାଇଥିଲା ।

|

ଝାରସୁଗୁଡ଼ା: ସ୍ଥାନୀୟ ସରବାହାଲ ବାସଭବନରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର । ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ମରଶରୀର ସରବାହାଲ ବାସଭବନକୁ ନିଆଯାଇଥିଲା । ତାଙ୍କ ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଲାଗିଛି ।

Odisha Health Minister

ନବ ଦାସଙ୍କୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ପରେ ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ମନମୋହନ ଏମ୍ ଇ ସ୍କୁଲ ପଡ଼ିଆକୁ ନିଆଯିବ । ସେଠାରେ ତାଙ୍କ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ । ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଖେରୁଆଲ ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ହେବ ।

ଉଲ୍ଲେଖଥାଉ କି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ବ୍ରଜରାଜନଗର ଠାରେ ଗୁଳିମାଡ଼ ହୋଇଛି । ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି । ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ହେଉଛନ୍ତି ଗୋପାଳ ଦାସ । ସେ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗୋପାଳ ତାଙ୍କ ସର୍ଭିସ୍ ରିଭରବଲରୁ ମନ୍ତ୍ରୀ ନବ ଦାସଙ୍କୁ କାରରୁ ଓହ୍ଲାଇବା ବେଳେ ଗୁଳି କରିଥିଲେ । ମନ୍ତ୍ରୀଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଥିଲା ।

ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଢିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ପରେ ହସ୍ପିଟାଲ କତୃପକ୍ଷ କହିଥିଲେ । ଶେଷରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mortal Body of Odisha Health Minister Naba Das Reached at Jharsuguda
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X