For Quick Alerts
Turn On Notification  
For Daily Alerts
Oneindia App Download

ବଦଳିଲା ସକାଳୁଆ ସ୍କୁଲ ସମୟ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟର ସମସ୍ତ ସକାଳୁଆ ସ୍କୁଲର ସମୟକୁ ପରିବର୍ତ୍ତନ କରାଯାଇଛି ।

|

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟର ସମସ୍ତ ସକାଳୁଆ ସ୍କୁଲର ସମୟକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ରୁ ଦିନ 12ଟା ଯାଏଁ ଖୋଲିବ ସ୍କୁଲ ।

ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ହେବ । ମାତ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସମୟ 9ରୁ 1ଟା ପରିବର୍ତ୍ତେ 8ଟାରୁ 12ଟା ପର୍ଯ୍ୟନ୍ତ ପାଠପଢା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

School Timing in Odisha

ସେହିପରି ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି । ଯଦି ନଳକୂପ ଅଚଳ ଥିବ, ତେବେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ପୌରପରିଷଦ ଆଲୋଚନା କରି ଡ଼ିଇଓ ମାନେ ପଦକ୍ଷେପ ନେବେ ।

ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଓଆରଏସ ଆଣି ସ୍କୁଲରେ ମହଜୁଦ ରଖିବାକୁ କୁହାଯାଇଛି । ପିଲାମନେ ସ୍କୁଲ ଯିବା ସମୟରେ ଅଭିଭାବକ ମାନେ ପାଣି ବୋତଲ ଦେବା ସହ ସଚେତନ କରାଇବାକୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Morning School Timing in Odisha Change due to heat wave
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X