ଆଜିଠୁ ଖୋଲିଲା ସ୍କୁଲ: ଦିନ ୧୧ ଟା ପର୍ଯ୍ୟନ୍ତ ହେବ କ୍ଲାସ୍
ଭୁବନେଶ୍ୱର:ରାଜ୍ୟରେ ଆଜିଠୁ ପୁଣି ଖୋଲିଲା ସ୍କୁଲ । ଗ୍ରୀଷ୍ମପ୍ରବାହ ପାଇଁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଘୋଷଣା କରିଥିଲେ ସରକାର । ଆଜିଠୁ ସକାଳ ୬ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ସକାଳୁଆ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ସେହିପରି ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ସମ୍ବଲପୁରରେ ପ୍ରସାସନପକ୍ଷରୁ ଛୁଟି ଅବଧି ବଢାଯାଇଛି । ଏଠାରେ ୧୯ ତାରିଖଠାରୁ ପୁନର୍ବାର ବିଦ୍ୟାଳୟ ଖୋଲାଯିବା ନେଇ ସୂଚନା ରହିଛି ।

ସେହିପରି ଆଜି ସମସ୍ତ ଅଙ୍ଗନବାଡ଼ିରେ ମଧ୍ୟ ସ୍ୱଭାବିକ ଭାବେ ପାଠପଢା ଜାରି ରହିବ । ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ଖୋଲା ରହିବା ନେଇ ସୂଚନା ରହିଛି । ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳମାନେ ଚାହିଁଲେ କ୍ଲାସ୍ ଟାଇମିଂରେ ପରିବର୍ତ୍ତନ କରିପାରିବେ।












Click it and Unblock the Notifications