ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଭୋରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତକାନ୍ତି ଅନୁଷ୍ଠିତ ହୋଇଥିଲା। ରାତିରେ ଶ୍ରୀମନ୍ଦିରରେ ଦାରୁଦିଅଁ ସୁନାବେଶରେ ବିଭୁଷିତ ହେବେ । ଠାକୁରେ ଅବିର ଓ ଝିମିରି ଫଗୁ ଲାଗି ହେବେ । ଶ୍ରୀ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ଦୋଳବେଦିକୁ ବିଜେ କରି ଦୋଳି ଖେଳିବେ । ଏହି ଅବସରରେ ଭକ୍ତମାନେ ଶ୍ରୀମନ୍ଦିରରେ ସୁନାବେଶରେ ଠାକୁରଙ୍କୁ ଦର୍ଶନ କରି ଠାକୁରଙ୍କ ଲାଗି ଫଗୁ ଲଗାଇ ଧନ୍ୟ ହେବେ ।

ଗ୍ରହଣ ଥିବାରୁ ଏଥର ଦୋଳବେଦିକୁ ବିମାନ ବିଜେ ସମୟ ରହିଛି ସକାଳ ୭ଟା । ପରେ ଦିଅଁ ବେଢ଼ା ବୁଲି ୮ଟାରେ ଦୋଳବେଦିକୁ ଦିଅଁ ବିଜେ କରିବେ । ଦୋଳବେଦି ନୀତି ସରି ଠାକୁରେ ରାତି ୩ଟାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସମୟ ଧାର୍ଯ୍ୟ ହୋଇଛି । ଠାକୁରଙ୍କ ମହୋତ୍ସବରେ ଯୋଗ ଦେବାକୁ ଶ୍ରୀକ୍ଷେତ୍ରରେ ହିନ୍ଦି ଭାଷୀ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
ଦୋଳପୂର୍ଣ୍ଣିମାରେ ଗ୍ରହଣ ପଡ଼ିବାରେ ପୂର୍ବ ଦିନ ବିଳମ୍ବିତ ରାତି ୧ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟି ନୀତ । ସକାଳ ୬ଟା ସୁଦ୍ଧା ଠାକୁରଙ୍କ ତଡ଼ପଲାଗି ହୋଇ ନୀତି ସ୍ଥଗିତ ହୋଇଛି । ପୁଣି ଅପରାହ୍ଣ ୪ଟାରେ ଉତ୍ତରୀ ମଇଲମ ହୋଇ ନୀତି ଆଗେଇବ । ସେବାକ୍ରମରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ ରାତି ୮ଟାରୁ ସାଢ଼େ ୯ଟା ମଧ୍ୟରେ । ଦୋଳବେଦିରୁ ଶ୍ରୀମନ୍ଦିରକୁ ଠାକୁରେ ବାହୁଡ଼ିଲେ ମହାପ୍ରଭୁଙ୍କ ସୁନାବେଶ ଉଲାଗି ହୋଇ ମହାସ୍ନାନ ବଢ଼ିବ । ଠାକୁରଙ୍କ ବାହୁଡ଼ା ସମୟକୁ ନେଇ ବାକି ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଦୋଳଯାତ୍ରାରେ ମୁଖ୍ୟତଃ ଶ୍ରୀରାଧାକୃଷ୍ଣ ବିଜେ ହେଉଥିବାସ୍ଥଳେ ଶ୍ରୀକ୍ଷେତ୍ରରେ ଶ୍ରୀଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଓ ଭୂଦେବୀଙ୍କ ନୀତି ସମ୍ପନ୍ନ ହୋଇଥାଏ ।
ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ଭିତର ଶୋଧ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି ନୀତି ସରି ଠାକୁରେ ନୂଆଲୁଗା ଲାଗି ହୋଇ ବେଶ ଅନୁଷ୍ଠିତ ହେବ । ଏଥିସହ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ ନାଭିକଟା ମଣ୍ଡପକୁ ବିଜେ କରିବେ । ନାଭିକଟା ମଣ୍ଡପ ନୀତି ସାରି ୭ ପାହାଚରେ ଥିବା ବିମାନକୁ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ( ଦୋଳ ଠାକୁର) ବିଜେ କରିବେ । ବିଜେ ଠାକୁରଙ୍କୁ ବଡ଼ଦେଉଳରେ ୭ ଘେରା ବେଢ଼ା କରାଇ ଦୋଳବେଦିରେ ବିଜେ କରାଯିବ । ଘଣ୍ଟ, ଘଣ୍ଟା ଓ କାହାଳୀର ପଟୁଆରରେ ଠାକୁରମାନେ ଦୋଳବେଦିରେ ପହଞ୍ଚିବେ । ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ହେବ ।
-
ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ -
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ -
ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ , ସ୍ଵାଭାବିକ ଚାଲିଛି ପ୍ରଶ୍ନକାଳ -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମୁହାମୁହିଁ ହେବେ ଶାସକ- ବିରୋଧୀ, ଆଜିଠୁ ପୁଣି କମ୍ପିବ ବିଧାନସଭା -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ସେ ଭୂତ ଛାଡ଼ିଯିବ ; ବାବୁ ସିଂ -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର -
କାହିଁକି ଏହି ଦୁଇ ଦେବତା ଶନିଦେବ ଏବଂ ଯମମହାରାଜ କଳା ପୋଷାକ ପିନ୍ଧନ୍ତି, ଏହି ରଙ୍ଗର କ'ଣ ମହତ୍ତ୍ୱ ଅଛି ?









Click it and Unblock the Notifications