ସୌରୀନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ: ଗିରଫ ହୋଇପାରନ୍ତି
ସୌରୀନଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଅନ୍ତରୀଣ ସୁରକ୍ଷା ହଟାଇଦେଲେ ହାଇକୋର୍ଟ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ସେ ଗିରଫ ହୋଇପାରନ୍ତି । ପ୍ରାଥମିକ ତଦନ୍ତ ଓ ପୀଡ଼ିତାଙ୍କ ବୟାନରୁ ସତ୍ୟାସତ୍ୟ ସାମ୍ନାକୁ ଆସିଛି ।
୨୦୧୬ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବା ତଦନ୍ତରୁ ସୂଚନା ମିଳିଛି । ପ୍ରଲୋଭନ ଓ ଧମକାଇ ପୀଡ଼ିତାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗ ହୋଇଛି । ଏହି ମାମଲାରେ ସୌରିନଙ୍କ ସକ୍ରିୟ ଉପସ୍ଥିତିର ଆବଶ୍ୟକତା ଦର୍ଶାଇଲେ କୋର୍ଟ ।
ତେବେ ଏହି ମାମଲାରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ । ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କ ଗିରଫ ସମ୍ଭାବନା ବଢିଛି ।

ଅନ୍ତରୀଣ ସୁରକ୍ଷା ଅବଧି ସରିବା ପରେ ସୌରୀନ ପୁଣି କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ଅନ୍ତରୀଣ ସୁରକ୍ଷା ଅବଧି ବେଳେ ସୌରୀନ ପୋଲିସ ନିକଟରେ ହାଜର ହୋଇଥିଲେ । ପୋଲିସ କୋର୍ଟରେ ଦାଖଲ କରିଥିବା କେସ ଡାଏରୀକୁ ନଜରରେ ରଖି ଏବେ ଜାମିନ ଖାରଜ କରି ଦେଇଛନ୍ତି କୋର୍ଟ ।
ସୌରୀନ ଭଟ୍ଟ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ । ହେଲେ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇଥିଲେ ସୌରିନ। ଏହା ସହ ସେ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୁଲିସ ଦାଖଲ କରିଥିବା କେଶ ଡ଼ାଇରୀରୁ ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ଗତ ଜୁନ୍ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ସୌରିନ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।












Click it and Unblock the Notifications