ଟଙ୍କା ଭର୍ତି ଭ୍ୟାନ୍ ଲୁଟ୍ ଘଟଣା: ୫ଟି ସ୍ୱତନ୍ତ୍ର ଟିମ୍ ଗଠନ, ସିକ୍ୟୁରିଟି ଗାର୍ଡରୁ ଉଠାଇନେଲା ପୋଲିସ
ଆଠଗଡ଼: ବନ୍ଧୁକ ମୁନରେ ଟଙ୍କା ଭର୍ତି ଭ୍ୟାନ୍ ଲୁଟ୍ ଘଟଣାକୁ ନେଇ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ଏହି ସଂସ୍ଥାରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡକୁ ସନ୍ଦେହରେ ତିଗିରିଆ ଥାନାକୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ବିଷୟରେ କୌଣସି ସୂଚନା ପୋଲିସ ହାତରେ ଲାଗି ନାହିଁ ।
ସୂଚନା ଅନୁସାରେ, ଗତକାଲି ଦିନ ଦ୍ୱିପ୍ରହରରେ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ବନ୍ଧୁକ ଦେଖାଇ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି । ତିଗିରିଆ ଥାନା ଗୋଡ଼ିଝରିଆ ନୂଆ ରାସ୍ତାରୁ ଲୁଟ୍ ହୋଇଛି । ଉଭୟ ତିଗିରିଆ ଓ ଆଠଗଡ ପୋଲିସ ତନାଘନା ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ୫ରୁ ୬ଜଣ ଦୁବୃର୍ତ୍ତ ମୁଖା ପିନ୍ଧି ଆସିଥିଲେ । ସ୍କୋର୍ପିଓ ଓ ସ୍କୁଟିରେ ଆସି ବନ୍ଧୁକ ଦେଖାଇ ଭ୍ୟାନ୍ ଅଟକାଇବା ପରେ ଦେଢ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଭ୍ୟାନରେ ଟଙ୍କା ଅଣାଯାଉଥିଲା । ଆଉ ହଠାତ୍ ଆକ୍ରମଣ ହୋଇଥିଲେ । ଲୁଟ୍ ପୂର୍ବରୁ ଭ୍ୟାନରେ ପ୍ରଥମେ ପଥର ବାଜିଥିଲା, କେହି କିଛି ଭାବିବା ପୂର୍ବରୁ ଏକ ସ୍କୋର୍ପିଓ ଓ ସ୍କୁଟି ଗାଡି ସାମ୍ନାକୁ ଆସିଯାଇଥିଲା । ପରେ ଦୁବୃର୍ତ୍ତ ମାନେ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଲୁଟି ନେଇଥିଲେ ।












Click it and Unblock the Notifications