ଜୁନ୍‌ରେ ସ୍ବାଭାବିକଠାରୁ ଅଧିକ ବର୍ଷା, ସେପ୍ଟେମ୍ବର ପର୍ଯ୍ୟନ୍ତ କିଭଳି ରହିବ ମୌସୁମୀ ?

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ନିଜର ଦୀର୍ଘକାଳୀନ ମୌସୁମୀ ପୂର୍ବାନୁମାନ କରିଛି। ଏବେ ଅନୁମାନ କରାଯାଉଛି ଯେ, ଏହି ସମୟ ମଧ୍ୟରେ ଦେଶରେ ହାରାହାରି ୧୦୬ ପ୍ରତିଶତ ବର୍ଷା ହୋଇପାରେ।

ଯେଉଁଥିରେ ପ୍ଲସ୍ ଏବଂ ମାଇନସ୍ ୪ % କମ୍-ଅଧିକ ହୋଇପାରେ। ଏହି ପୂର୍ବାନୁମାନ ପୂର୍ବରୁ ୧୦୫% ଅନୁମାନ କରାଯାଉଥିଲା, ଯାହାକି ତା'ଠାରୁ ୧% ଅଧିକ ରହିଛି। ଆଇଏମ୍‌ଡିର ଏହି ସଂଶୋଧିତ ଅନୁମନା ଅନୁସାରେ, ଚଳିତ ବର୍ଷ ମୌସୁମୀ ସ୍ବାଭାବିକଠାରୁ ଅଧିକ ଶ୍ରେଣୀରେ ରହିବ। ଏହି ଶ୍ରେଣୀ ସେବେଠାରୁ ହେବ , ଯେତେବେଳେ ବର୍ଷା ଦୀର୍ଘକାଳୀନ ହାରଠାରୁ ୧୦୪%ରୁ ଅଧିକ ହୋଇଥାଏ । ସିଧା ଶବ୍ଦରେ ଯଦି କୁହାଯାଏ ତେବେ ମୌସୁମୀର ବେଳେ ପୂର୍ବର ପୂର୍ବାନୁମାନଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ୍ ମାସର ଆରମ୍ଭରୁ ଜୋରଦାର ବର୍ଷା ହେବାକୁ ଯାଉଛି । ଏହି ସମୟରେ ଦେଶରେ ହାରାହାରି ୧୦୮% ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପ୍ରାରମ୍ଭିକ ବର୍ଷା କୃଷିକାର୍ଯ୍ୟ ପାଇଁ ଶୁଭ ସଙ୍କେତ ବୋଲି ମନେକରାଯାଉଛି । ପାଣିପାଗ ବିଭାଗର କହିବା ଅନୁସାରେ, ଜୁନ୍‌ ମାସରେ ଦେଶର ଅଧିକାଂଶ ଭାଗରେ ଜୋରଦାର ବର୍ଷାର ଅନୁମାନ କରାଯାଉଛି ।

ମୌସୁମୀ ଶୀଘ୍ର ଆସିଥିବାରୁ ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଉତ୍ତର ପଶ୍ଚିମ ଭାରତ ଓ ଉତ୍ତର ପୂର୍ବ ଭାରତରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଉପରେ ରହିବାର ଅନୁମାନ କରାଯାଉଛି। ପାଣିପାଗ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ ସମୁଦ୍ରର ପରିସ୍ଥିତି ଓ ଏଲ ନିନୋର ଦୁର୍ବଳ ହେବାର ସ୍ଥିତିରେ ହୋଇଥାଏ। ମୌସୁମୀ ପାଇଁ ଅନୁକୂଳ ସ୍ଥିତି ତିଆରି ହୋଇଥାଏ। ଏହି ବର୍ଷ ବର୍ଷା କୃଷି, ଜଳ ଭଣ୍ଡାର ଓ ବିଜୁଳି ଉତ୍ପାଦନ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ବେଳେ ବର୍ଷ ୯୨ ରୁ ୧୦୦ ପ୍ରତିଶତ ପରିସରରେ ରହିବାର ଅନୁମାନ ରହିଛି। ଯାହାକି ସ୍ବାଭାବିକ ଶ୍ରେଣୀରେ ଆସିଥାଏ। ଦେଶର ଅନ୍ୟ ସବୁ କ୍ଷେତ୍ରରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷାର ଅନୁଭବ କରିପାରିବେ। ଏହି ସଂଶୋଧିତ ପୂର୍ବାନୁମାନ ଏଭଳି ସମୟରେ ଆସିଛି, ଯେତେବେଳେ ମୁମ୍ବାଇରେ ବର୍ତ୍ତମାନ ପ୍ରବଳ ବର୍ଷା ଜଳବନ୍ଦୀ ସ୍ଥିତି ସୃଷ୍ଟି କରିଛି। ବର୍ଷା ୧୦୭ ବର୍ଷର ରେକର୍ଡ ମଇ ଭାଙ୍ଗିଛି। ମଇ ମାସରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏହାସହ ୨୫ ବର୍ଷରେ ପ୍ରଥମ ଥର ମୌସୁମୀ ଏତେ ଶୀଘ୍ର ମୁମ୍ବାଇରେ ପହଁଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+