୮ ହଜାରରୁ ଅଧିକ କଫ ସିରପ୍ ଜବତ, ୩ ଗିରଫ

ବରଗଡ଼: ୮ ହଜାରରୁ ଅଧିକ କଫ ସିରପ୍ ବୋତଲ ଜବତ କରାଯିବା ସହ ୩ ଜଣଙ୍କୁ ଗରିଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସପି ପ୍ରହ୍ଲାଦ ସହାୟ ମୀନା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ, କଟକ ଜିଲ୍ଲା ଚୌଦ୍ୱାର ଥାନା ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ, କଟକର ପୂର୍ଣ୍ଣଚନ୍ଦ୍ର ବେହେରା, ଏବଂ ବରଗଡ଼ ଜିଲ୍ଲାର ଗଙ୍ଗାଧର ନଗରର ଲକ୍ଷ୍ମୀଧର ବେହେରା ।

odisha news

ସୂଚନାଥାଉ ଯେ, ଗତ ୨୨ ତାରିଖରେ ବରଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢାଉ କରଯାଇଥିଲା ଏହି ସମୟରେ ୭ ହଜାରରୁ ଅଧିକ
କଫ ସିରଫ ବୋତଲ ଜବତ କରିଥିଲା ବରଗଡ଼ ପୋଲିସ । ଏହାସହ ୫୮ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଅଭିଯୁକ୍ତଙ୍କୁ
ଗିରଫ ପଚରଉଚରା କରିବା ବେଳେ ଏହି କଫସିରପ ବେପାର ଚେର କଟକ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ସୂଚନା ମିଳିଥିଲା ବୋଲି କହିଛନ୍ତି ବରଗଡ଼ ଏସପି ।

ଏହାପରେ ବରଗଡ଼ ଜିଲ୍ଲା ପୋଲିସ କଟକ ଯାଇ ଉକ୍ତ ଗୋଦାମରେ ଚଢାଉ କରିଥିଲା ଯାହା ପେରେ ଆଉ ୩ ଜଣଙ୍କୁ ଗିରଫ କରାଯିବା ସହ ଆଠ ହଜାରରୁ ଅଧିକ କଫସିରପ ଜବତ କରାଯାଇଥିଲା । ତେବେ ଏହି କଫସିରପ ଦିଲ୍ଲୀରୁ ଏକ ଗୋଦାମରୁ ଓଡ଼ିଶାକୁ ସପ୍ଲାଇ କରାଯାଉଥିବା ନେଇ ସୂଚନା ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+