ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଲାଗି ଦେଶର ୨୦୦ରୁ ଅଧିକ ପ୍ରତିନିଧି ଓଡ଼ିଶା ଆସିବେ: ସୁରମା ପାଢ଼ୀ

ଓଡ଼ିଶା ବିଧାନସଭାର ଏକ ପୋର୍ଟାଲ ଉନ୍ମୋଚନ କରାଯାଇଛି। ରାଜ୍ୟ ସରକାରଙ୍କର ଆଇଟି ଏବଂ ଇଟି ଏବଂ କେନ୍ଦ୍ର ସରକାରଙ୍କ ଏନଆଇସି ଦ୍ଵାରା ଖୋଲାଯାଇଛି। ବିଧାନସଭା କେବଳ ଏହା ଭିତରେ ସୀମିତ ନ ହୋଇ ସାଧାରଣ ଲୋକଙ୍କ ହାତ ମୁଠାକୁ ଯିବ। ଏନେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ଏହି ପୋର୍ଟାଲରେ ବିଧାନସଭାର ତଥ୍ୟ, ବିଧାନସଭାର ବର୍ତ୍ତମାନ ଓ ଅତୀତର ସଦସ୍ୟଙ୍କ ତଥ୍ୟ, ସରକାରଙ୍କ ଯୋଜନା ଓ ଏହା କେତେ କାର୍ଯ୍ୟକାରୀ ହୋଇଛି, ବିଭିନ୍ନ କମିଟିରେ ହେଉଥିବା ବିଷୟବସ୍ତୁ ନେଇ ଆଲୋଚନା ଓ ସମାଧାନ ପାଇଁ କଣ ନେଉଛନ୍ତି ପଦକ୍ଷେପ ଏ ସମସ୍ତ ତଥ୍ୟ ରହିବ। ବିଧାୟକଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ବିଧାନସଭାର ତଥ୍ୟ କହିବ ଏହି ପୋର୍ଟାଲ।

Surma Padhi

ଆସନ୍ତା ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ସମ୍ମିଳନୀ ହେବ। ଭିନ୍ନ ଭିନ୍ନ ରାଜ୍ୟର ବିଧାନସଭା ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଲୋକସଭାର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଏଥିପାଇଁ ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି। ଲୋକସଭା ଓ ବିଭିନ୍ନ ରାଜ୍ୟର ଜାତି ଜନଜାତିକମିଟି ସଦସ୍ୟଙ୍କ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ଉଦ୍ୟମ ହେଉଛି। ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ରହିବେ ଉଦଘାଟନ ଉତ୍ସବରେ। ଓଡ଼ିଶାରେ ଭାସ୍କର ମଢେଇଙ୍କ ନେତୃତ୍ୱରେ ଥିବା କମିଟି ହୋଷ୍ଟ୍ ରାଜ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଦେଶର ୨୦୦ରୁ ଅଧିକ ପ୍ରତିନିଧି ଓଡ଼ିଶା ଆସୁଛନ୍ତି। ବିଭିନ୍ନ ରାଜ୍ୟର ଜାତି ଜନଜାତିଙ୍କ ଚଳଣି, ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+