For Quick Alerts
Turn On Notification  
For Daily Alerts
Oneindia App Download

ଗତବର୍ଷ ତୁଳନାରେ ଅଧିକ 20 ପ୍ରତିଶତ ଧାନ କିଣା ହୋଇସାରିଲାଣି: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟରେ ଆଶୁନୁରୂପ ଅଗ୍ରଗତି ଘଟିଥିବାବେଳେ ଅଦ୍ୟାବଧି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ମୋଟ ୪୦ ଲକ୍ଷ ୬୬ ହଜାର ୫୭୧ ମେଟି୍ରକ ଟନ ଧାନ ସଂଗ୍ରହ ହୋଇଛି ।

|

ଭୁବନେଶ୍ୱର: ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟରେ ଆଶୁନୁରୂପ ଅଗ୍ରଗତି ଘଟିଥିବାବେଳେ ଅଦ୍ୟାବଧି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ମୋଟ ୪୦ ଲକ୍ଷ ୬୬ ହଜାର ୫୭୧ ମେଟି୍ରକ ଟନ ଧାନ ସଂଗ୍ରହ ହୋଇଛି । ଯାହାକି ଗତବର୍ଷ ଆଜି ଦିନ ତୁଳନାରେ ୨୦ ପ୍ରତିଶତ ଅଧିକ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଗତବର୍ଷ ଆଜିର ତାରିଖରେ ୩୩ ଲକ୍ଷ ୭୭ ହଜାର ୩୧ ମେଟି୍ରକ ଟନ ଧାନ ସଂଗ୍ରହ କରାଯାଇଥିଲା । ଅଧିକାଂଶ ଜିଲ୍ଲାରେ ଧାନ ସଂଗ୍ରହ ଭଲ ହୋଇଛି ଏବଂ ଧାନସଂଗ୍ରହ କାର୍ଯ୍ୟ ତ୍ୱରିତ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି । ପି-ପାସ୍‌ ଜରିଆରେ ଓ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଧାନସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । କ୍ଷେତ୍ର ଅଧିକାରୀମାନେ ସଠିକ ଭାବେ ଯାଞ୍ଚ କରି ପଞ୍ଜୀକୃତ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଧାନ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ranendra pratap swain

ଅଦ୍ୟାବଧି ୬ ଲକ୍ଷ ୯୩ ହଜାର ୮୫୩ ଜଣ ଚାଷୀ ଖରିଫ ଧାନ ବିଭିନ୍ନ ପ୍ୟାକ୍ସ/ଲ୍ୟାମ୍ପସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ବିକି୍ର କରିଛନ୍ତି । ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ସର୍ବାଧିକ ୬ ଲକ୍ଷ ୯୩ ହଜାର ୬୦୬ ମେଟି୍ରକ ଟନ, ବଲାଙ୍ଗୀରରେ ୩ ଲକ୍ଷ ୧୪ ହଜାର ୫୮୧ ମେଟ୍ରିକ ଟନ, ଗଞ୍ଜାମରେ ୧ ଲକ୍ଷ ୮୨ ହଜାର ୫୯୩ ମେଟି୍ରକ ଟନ, କଳାହାଣ୍ଡିରେ ୪ ଲକ୍ଷ ୪୩ ହଜାର ୨୫୨ ମେଟ୍ରିକ ଟନ, କୋରାପୁଟରେ ୨ ଲକ୍ଷ ୪୩ ହଜାର ୮୧୭ ମେଟ୍ରିକ ଟନ, ମାଲକାନଗିରିରେ ୧ ଲକ୍ଷ ୩ ହଜାର ୧୧୧ ମେଟ୍ରିକ ଟନ, ନବରଙ୍ଗପୁରରେ ୧ ଲକ୍ଷ ୪୮ ହଜାର ୬୬୫ ମେଟ୍ରିକ ଟନ, ନୂଆପଡ଼ାରେ ୧ ଲକ୍ଷ ୨୭ ହଜାର ୯୪୫ ମେଟ୍ରିକ ଟନ, ସମ୍ବଲପୁରରେ ୩ ଲକ୍ଷ ୪୨ ହଜାର ୪୫ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୩ ଲକ୍ଷ ୧୦ ହଜାର ୪୫୭ ମେଟ୍ରିକ ଟନ, ସୁନ୍ଦରଗଡ଼ ଜିଲ୍ଲାରେ ୧ ଲକ୍ଷ ୨୩ ହଜାର ୮୮୭ ଓ ବୌଦ୍ଧରେ ୯୪ ହଜାର ୫୫୬ ମେଟ୍ରିକ ଟନ ଖରିଫ ଧାନ ଅଦ୍ୟାବଧି ସଂଗ୍ରହ ହୋଇଥିବା ସେ ସୂଚନା ଦେଇଛନ୍ତି ।

ସେହିପରି ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଗତବର୍ଷ ଆଜି ଦିନ ତୁଳନାରେ ବରଗଡ଼ରେ ୧୫ ପ୍ରତିଶତ, ବଲାଙ୍ଗୀରରେ ୩୩ ପ୍ରତିଶତ, ବୌଦ୍ଧରେ ୪୧ ପ୍ରତିଶତ, ଗଞ୍ଜାମରେ ୧୦ ପ୍ରତିଶତ, କଳାହାଣ୍ଡିରେ ୧୧ ପ୍ରତିଶତ, କୋରାପୁଟରେ ୨୭ ପ୍ରତିଶତ, ମାଲକାନଗିରିରେ ୬ ପ୍ରତିଶତ, ନବରଙ୍ଗପୁରରେ ୪୧ ପ୍ରତିଶତ, ନୂଆପଡ଼ାରେ ୨୪ ପ୍ରତିଶତ, ସମ୍ବଲପୁରରେ ୨୫ ପ୍ରତିଶତ, ସୁବର୍ଣ୍ଣପୁରରେ ୧୪ ପ୍ରତିଶତ ଏବଂ ସୁନ୍ଦରଗଡ଼ରେ ୨୭ ପ୍ରତିଶତ ଅଧିକ ହୋଇଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ ଅର୍ଥ ବାବଦକୁ ଆଜି ସୁଦ୍ଧା ମୋଟ ୭ ହଜାର ୨୨୪ କୋଟି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
More than 20 per cent of the paddy has been procured from last year- food minister
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X