ରାଜ୍ୟରେ କୋଭିଡ୍ ନେଇଛି ୨୦ ହଜାରରୁ ଅଧିକ ଜୀବନ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ରାଜ୍ୟରେ କୋଭିଡ୍ ନେଇଛି ୨୦ ହଜାରରୁ ଅଧିକ ଜୀବନ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ନେଇଛି ୨୦ ହଜାରରୁ ଅଧିକ ଜୀବନ । ୨୦୨୦ରୁ ଏଯାବତ୍ କରୋନାରେ ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ବିଧାନସଭାରେ ତଥ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେହିପରି ବତ୍ୟା, ବନ୍ୟା, ମରୁଡି ଏବଂ ପ୍ରବଳ ବର୍ଷାରେ ୧୦ ବର୍ଷ ମଧ୍ୟରେ ୨୨୭ ଜଣଙ୍କର ପ୍ରାଣହାନି ଘଟିଛି । ବତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫନିରେ ୬୪ ଜଣ ଏବଂ ବାତ୍ୟା ଫାଇଲିନରେ ୨୨ ଜଣଙ୍କ ଜୀବନ ଯାଇଛି । ସେହିପରି ବାତ୍ୟା ଆମ୍ଫାନ, ବୁଲବୁଲ୍, ଗୁଲାବ ଏବଂ ଜବାଦରେ କାହାରୀ ଜୀବନ ଯାଇ ନାହିଁ ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

PRAMILA MALLIK

୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୪୦ ହଜରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ୨୦୧୨ ରୁ ୨୦୧୬ ମସିହା ମଧ୍ୟରେ କୌଣସି ପ୍ରାକୃତି ବିପର୍ଯ୍ୟୟ ହୋଇ ନାହିଁ । ଫାଇଲିନ୍ ବାତ୍ୟାରେ ସର୍ବାଧିକ ୧୪ ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯ ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତ ମିଳିଛି । ସେହିପରି ଗତ ୫ ବର୍ଷ ମଧ୍ୟ ବନ୍ୟା, ବାତ୍ୟା, ମରୁଡି, ମାଟି ଅତଡା ଖସିବା, ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି ଏବଂ ବନ୍ୟାରେ ଭାସିଯିବା ମାମଲାରେ ୧୪ ହଜାର ୪୦୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ତଥ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଅନ୍ୟପକ୍ଷରେ ସରକାରଙ୍କ ତଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି । ରାଜ୍ୟ ସରକାର କୋଭିଡ ତଥ୍ୟକୁ ଲୁଚାଇଛନ୍ତି ବୋଲି ଦାବି କରିଛି ବିରୋଧି । ସେହିପରି ଏହାର ଉତ୍ତର ରଖି ରାଜସ୍ୱ ମନ୍ତ୍ରୀ କହିଛନ୍ତି ସରକାର କୌଣସି ତଥ୍ୟ ଲୁଚାଉ ନାହଁନ୍ତି । ଯଦି ବିରୋଧିଙ୍କ ପାଖରେ ସଠିକ୍ ତଥ୍ୟ ଅଛି ଲିଷ୍ଟ କରି ଦିଅନ୍ତୁ । ଖାଲି ଅନ୍ଧାରରେ ବାଡି ନ ବୁଲାଇ ଠିକ୍ ତଥ୍ୟଟି ଦିଅନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+