ବାତ୍ୟା 'ୟଶ' ପାଇଁ ୭ ଜିଲ୍ଲାରୁ ସ୍ଥାନାନ୍ତରଣ ହେଲେଣି ଦେଢ଼ ଲକ୍ଷରୁ ଅଧିକ ଲୋକ

ବାତ୍ୟା ଆସୁଛି, ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରୁ ୧ ଲକ୍ଷ ୫୫ ହଜାର ୧୨୯ ଜଣଙ୍କୁ ସ୍ଥାନାନ୍ତରଣ କରାଗଲାଣି।

ଭୁବନେଶ୍ୱର: ବାତ୍ୟା ଆସୁଛି, ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରୁ ୧ ଲକ୍ଷ ୫୫ ହଜାର ୧୨୯ ଜଣଙ୍କୁ ସ୍ଥାନାନ୍ତରଣ କରାଗଲାଣି। ବାଲେଶ୍ୱରରୁ ୪୬ ହଜାର ୮୨୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଭଦ୍ରକରୁ- ୭୨, ୯୭୦ , ମୟୂରଭଞ୍ଜରୁ- ୩୨୦୦, ପୁରୀରୁ- ୩୫୦୦, କେନ୍ଦ୍ରାପଡ଼ାରୁ-୧୮, ୩୯୧, ଜଗତସିଂହପୁରରୁ- ୯୧୨୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଯାଜପୁରରୁ ୧୧୧୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Cyclone yaas

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରେ କଚ୍ଚାଘରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ଏଥିସହ ବାତ୍ୟାକୁ ଦୃଷ୍ଟିରେ ରଖି କୋଭିଡ୍ ହସ୍ପିଟାଲଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ହସ୍ପିଟାଲର କବାଟ ଓ ଝରକାକୁ ଅଧିକ ସୁରକ୍ଷିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱରରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ୟାସର ମୁକାବିଲା ପାଇଁ ଭଦ୍ରକରେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ଭଦ୍ରକ ଜ଼ିଲ୍ଲାର ୫୪ କିଲୋମିଟର ସମୁଦ୍ର ଉପକୂଳରେ ଥିବା ୫ ଟି ଥାନା, ୩ ଟି ମେରାଇନ ଥାନା ଅଧୀନରେ ଥିବା ୧୪ ଗୋଟି ପଞ୍ଚାୟତର ୪୧ ଗୋଟି ଗ୍ରାମର ୯୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ଅଣାଯାଇପାରିବ ସେଥିପାଇଁ NDRF ଓ ଓଡ୍ରାଫ୍ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଂଚଳରେ ଥିବା ୭୦୦ ଟି ସ୍କୁଲ ଓ ୧୦୬ ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଲୋକମାନଙ୍କୁ ରଖାଯିବ ବୋଲି ଜଣାପଡିଛି। ଗତକାଲି ରାତିରେ ପାଖାପାଖି ୧୦୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+