ବନ୍ଦ ହେଲା ହୀରାକୁଦର ୮ ଗେଟ୍, ମୋଟ ୩୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ଆଜି ବନ୍ଦ ହେଲା ହୀରାକୁଦର ୮ଟି ସ୍ଲୁଇସ୍ ଗେଟ୍ । ୩୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ଭୁବନେଶ୍ୱର: କମୁଛି ହୀରାକୁଦର ଜଳସ୍ତର। ଆଜି ବନ୍ଦ ହେଲା ହୀରାକୁଦର ୮ଟି ସ୍ଲୁଇସ୍ ଗେଟ୍ । ୩୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ କମିଛି ବନ୍ୟାଜଳ ପ୍ରବେଶର ମାତ୍ରା ଓ କମିଛି ଜଳ ଭଣ୍ଡାରର ଜଳସ୍ତର । ସନ୍ଧ୍ୟା ସୁଦ୍ଧା ଆହୁରି ବି ଗେଟ୍ ବନ୍ଦ ହେବାର ସୂଚନା ରହିଛି । ସନ୍ଧ୍ୟା ସୁଦ୍ଧା ଆଉ ୧୨ ଟି ଗେଟ୍ ବନ୍ଦ ହେବା ନେଇ ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ ।

ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨୪.୩୧ଫୁଟରେ ରହିଛି ହୀରାକୁଦ ଜଳସ୍ତର । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୬୩ ହଜାର ୭୭୧ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୩ ହଜାର ୬୫୪ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।
ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ କମିଛି । ସେପଟେ, ମୁଣ୍ଡୁଳୀରେ ଜଳସ୍ତର କମିଥିଲା । ବର୍ତ୍ତମାନ ୧୦ ଲକ୍ଷ ୨୬ ହଜାର କୁସେକ ଜଳ ଅତିକ୍ରମ କରୁଛି । ଯାହା ଆଶା ଥିଲା ଯେ ୧୦ ଲକ୍ଷ ତଳକୁ ଆସିବ ବୋଲି ତାହା ଆସିନାହିଁ । କେବଳ କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗତକାଲିଠୁ କୌଣସି ଆଉ ନୂଆ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି ।












Click it and Unblock the Notifications