ବନ୍ଦ ହେଲା ଆଉ ୪ଟି ଗେଟ୍
ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ଆଉ ୪ଟି ଗେଟ୍ । ହୀରାକୁଦରେ ଜଳସ୍ତର କମୁଥିବା ବେଳ ୨୪ ଗେଟରେ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମ ପଟୁ ୧୬, ଦକ୍ଷିଣ ପଟୁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ଆଉ ୪ଟି ଗେଟ୍ । ହୀରାକୁଦରେ ଜଳସ୍ତର କମୁଥିବା ବେଳ ୨୪ ଗେଟରେ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମ ପଟୁ ୧୬, ଦକ୍ଷିଣ ପଟୁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ଏବେ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳ ସ୍ତର ୬୨୨.୬୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୬୪୭ କ୍ୟୁସେକ ଜଳ ଭଣ୍ଡାରକୁ ପ୍ରବେଶ କରୁଛି । ତା ସହିତ ୪ଲକ୍ଷ ୭୬ହଜାର ୯୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡୁଳୀରେ ମଧ୍ୟ କମୁଛି ଜଳସ୍ତର । ବିଭିନ୍ନ ନଦୀ ଗୁଡକିରେ ଜଳସ୍ତର କମୁଥିବାରୁ ବନ୍ୟା ବି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସୁଛି ।












Click it and Unblock the Notifications