ଆସନ୍ତା କାଲି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଡଙ୍ଗା ଭସାଇବେ
ଆସନ୍ତା କାଲି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେବେଳେ ଡଙ୍ଗା ଭସାଇବେ
ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସାଙ୍ଗକୁ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହାକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କୁହାଯାଉଛି । ତେବେ ଚନ୍ଦ୍ରଗ୍ରହଣ, ପୂର୍ଣ୍ଣିମା ଏକା ଦିନରେ ପଡୁଥିବାରୁ ଡଙ୍ଗା ଭସାଇବା ସମୟକୁ ନେଇ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ ରହିଛି । ଚାଲନ୍ତୁ ଜାଣିବା ଆସନ୍ତା କାଲି କେଉଁ ସମୟରେ ଡଙ୍ଗା ଭସାଇବେ ।
ଡଙ୍ଗା ଭସାଇବାର ସମୟ
ଆସନ୍ତା କାଲି ଭସାଇବା ପାଇଁ ଆଜି ରାତି ୨ ଟାରୁ ଭୋର୍ ୫ଟା ୩୮ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ସୂର୍ଯ୍ୟାଦୟ ୫ଟା ୫୪ ମିନିଟରେ ହେଉଥିବାରୁ ସେହି ସମୟପରେ ପାକ ତ୍ୟାଗ୍ ଓ ଦେବ ନୀତି ନିଷେଧ ହେବ । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ସନ୍ଧ୍ୟା ୬ଟା ୧୮ ପରେ ସ୍ନାନ କରି ଦେବ ପୂଜା, ପାକକର୍ମ ଓ ଭୋଜନ ଗ୍ରହଣ କରିପାରିବେ ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ନଦୀରେ ବୋଇତ ବନ୍ଦାଣ ଉତ୍ସବ ପାଇଁ ବ୍ୟବସ୍ଥା କରାଯାଇଛି । କୁଖାଇ, ଦୟା ନଦୀ ଏବଂ ବିନ୍ଦୁସାଗରରେ ମଧ୍ୟ ଲୋକେ ଡଙ୍ଗା ଭସାଇପାରିବେ । ଏହି ସମୟରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଓ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦ ଅଫିସରଙ୍କୁ ନୟୋଜିତ କରାଯାଇଛି । ଡଙ୍ଗା ଭସା ସ୍ଥାନରେ ଅଗ୍ନିଶମ ବିଭାଗର ୪ଟି ଟିମ୍ ମଧ୍ୟ ଉପସ୍ଥିତ ରହିବେ । ଏଥର ରାତି ୨ ଟାରୁ ଡଙ୍ଗା ଭାସାଇବା ପାଇଁ ଲୋକ ଭିଡ ଦେଖିବା ପାଇଁ ମିଳିବ ସେଥିପାଇଁ ପୋଲିସ୍ ପାଟ୍ରୋଲିଂକୁ ମଧ୍ୟ କଡାକଡ଼ି କରାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications