For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତା କାଲି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଡଙ୍ଗା ଭସାଇବେ

ଆସନ୍ତା କାଲି ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେବେଳେ ଡଙ୍ଗା ଭସାଇବେ

|

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସାଙ୍ଗକୁ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହାକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କୁହାଯାଉଛି । ତେବେ ଚନ୍ଦ୍ରଗ୍ରହଣ, ପୂର୍ଣ୍ଣିମା ଏକା ଦିନରେ ପଡୁଥିବାରୁ ଡଙ୍ଗା ଭସାଇବା ସମୟକୁ ନେଇ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ ରହିଛି । ଚାଲନ୍ତୁ ଜାଣିବା ଆସନ୍ତା କାଲି କେଉଁ ସମୟରେ ଡଙ୍ଗା ଭସାଇବେ ।

ଡଙ୍ଗା ଭସାଇବାର ସମୟ
ଆସନ୍ତା କାଲି ଭସାଇବା ପାଇଁ ଆଜି ରାତି ୨ ଟାରୁ ଭୋର୍ ୫ଟା ୩୮ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ସୂର୍ଯ୍ୟାଦୟ ୫ଟା ୫୪ ମିନିଟରେ ହେଉଥିବାରୁ ସେହି ସମୟପରେ ପାକ ତ୍ୟାଗ୍ ଓ ଦେବ ନୀତି ନିଷେଧ ହେବ । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ସନ୍ଧ୍ୟା ୬ଟା ୧୮ ପରେ ସ୍ନାନ କରି ଦେବ ପୂଜା, ପାକକର୍ମ ଓ ଭୋଜନ ଗ୍ରହଣ କରିପାରିବେ ।

ଚନ୍ଦ୍ରଗ୍ରହଣ

ସେପଟେ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ନଦୀରେ ବୋଇତ ବନ୍ଦାଣ ଉତ୍ସବ ପାଇଁ ବ୍ୟବସ୍ଥା କରାଯାଇଛି । କୁଖାଇ, ଦୟା ନଦୀ ଏବଂ ବିନ୍ଦୁସାଗରରେ ମଧ୍ୟ ଲୋକେ ଡଙ୍ଗା ଭସାଇପାରିବେ । ଏହି ସମୟରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଓ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦ ଅଫିସରଙ୍କୁ ନୟୋଜିତ କରାଯାଇଛି । ଡଙ୍ଗା ଭସା ସ୍ଥାନରେ ଅଗ୍ନିଶମ ବିଭାଗର ୪ଟି ଟିମ୍ ମଧ୍ୟ ଉପସ୍ଥିତ ରହିବେ । ଏଥର ରାତି ୨ ଟାରୁ ଡଙ୍ଗା ଭାସାଇବା ପାଇଁ ଲୋକ ଭିଡ ଦେଖିବା ପାଇଁ ମିଳିବ ସେଥିପାଇଁ ପୋଲିସ୍ ପାଟ୍ରୋଲିଂକୁ ମଧ୍ୟ କଡାକଡ଼ି କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Moon eclipse tomorrow, know the time of Boita bandanna
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X