ଦେଶରେ ପୁଣି ନମ୍ବର-୧ ନବୀନ, 'ମୁଡ ଅଫ୍ ଦ ନେସନ' ସର୍ଭେରେ ସବୁଠୁ ଲୋକପ୍ରିୟ ଓଡିଶା ମୁଖ୍ୟମନ୍ତ୍ରୀ

ଦେଶରେ ପୁଣି ନମ୍ବର-୧ ନବୀନ । ଇଣ୍ଡିଆ ଟୁଡେ ଗ୍ରୁପର ମୁଡ ଅଫ୍ ଦ ନେସନ' ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଶୀର୍ଷରେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଦେଶରେ ପୁଣି ନମ୍ବର-୧ ନବୀନ । ଇଣ୍ଡିଆ ଟୁଡେ ଗ୍ରୁପର ମୁଡ ଅଫ୍ ଦ ନେସନ' ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଶୀର୍ଷରେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ ।

Naveen Patnaik

ସର୍ଭେରେ ସ୍ଥାନ ପାଇଥିବା ଦେଶର ୯ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନ ଶୀର୍ଷରେ ରହିଛନ୍ତି । ଏହି ରିପୋର୍ଟରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ସେହିପରି ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍‌ ମଡେଲ ହେଉଛନ୍ତି ନବୀନ ପଟ୍ଟନାୟକ ।

ତେବେ ନିରବିଚ୍ଛନ୍ନ ଭାବେ ନବୀନ ସରକାରକୁ ଏଭଳି ଭଲପାଇବା ଦେବା ପଛରେ ରହିଛି ଜନକଲ୍ୟାଣକାରୀ ଯୋଜନା, ଲୋକାଭିମୁଖୀ ପଦକ୍ଷେପ ଓ ପ୍ରଶାସନିକ କାର୍ଯ୍ୟଶୈଳୀରେ ବ୍ୟାପକ ପରିବର୍ତ୍ତନ । ଯେଉଁଥିପାଇଁ ଦୀର୍ଘ ୨୨ ବର୍ଷ ହେବ ସରକାରରେ ରହିଥିଲେ ମଧ୍ୟ ନବୀନଙ୍କ କ୍ରେଜ ଏଯାବତ କମିନାହିଁ ।

ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ଏହି ସର୍ଭେ କରାଯାଇଛି । ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ସାଜିଛନ୍ତି ଷ୍ଟେଟସ୍ ମ୍ୟାନ୍ । ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନାରେ ସାରାଦେଶରେ ଉଦାହରଣ ପାଲଟିଛି ଓଡ଼ିଶା ।

ସଫଳ କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶା ୭୬.୭ ପ୍ରତିଶତ ଲୋକଙ୍କଠାରୁ ମିଳିଛି ସମର୍ଥନ । ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସାମ, ଚତୁର୍ଥରେ ତାମିଲନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି ।

ଲୋକପ୍ରିୟତାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୬୯.୯ ପ୍ରତିଶତ ଲୋକ ମମତାଙ୍କୁ ପସନ୍ଦ କରିଛନ୍ତି । ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାଙ୍କୁ ୬୭.୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି । ଚତୁର୍ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଞ୍ଚମରେ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍, ଷଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଅଛନ୍ତି । ସେହିପରି ସପ୍ତମରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ଅଷ୍ଟମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ନବମରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+