Get Updates
Get notified of breaking news, exclusive insights, and must-see stories!

ଗ୍ରାମ୍ୟ ଓ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ: ପ୍ରକଳ୍ପ ଓ ବ୍ୟୟବରାଦ ଧାର୍ଯ୍ୟ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ । ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ସିଂହ ଅଧ୍ୟକ୍ଷତା କରି କହିଛନ୍ତି ଯେ, ଗ୍ରାମାଞ୍ଚଳର ସଫଳତା ଏହାର ଭିତ୍ତିଭୂମୀ ବିକାଶ ଉପରେ ପର୍ଯ୍ୟବେଶିତ । ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁ ଦାୟିତ୍ୱ ।

ପ୍ରକଳ୍ପ ସମ୍ପୁର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ । ଏଣୁ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆ ଯାଇଥିବା ଅନୁଦାନ ରାଶି ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ ହେବା ଜରୁରୀ । ବିଭାଗ ଦ୍ୱାରା ପ୍ରଥମ ତ୍ରୈମାସିକରେ ୩୦% ଓ ଦ୍ୱିତୀୟ ତ୍ରୈମାସିକ ପାଇଁ ୨୦% ବଜେଟ ଅନୁଦାନ ଡିଭିଜନମାନଙ୍କୁ ପ୍ରଦାନ କରାଯାଇଛି ।

Department of Rural Development

ବରଗଡ, କୋରାପୁଟ, ଜଗତସିଂପୁର ଓ ବାଲେଶ୍ୱର ଭଳି ଡିଭିଜନମାନଙ୍କରେ ତ୍ରୈମାସିକ ବ୍ୟୟ ଖୁବ ସନ୍ତୋଷଜନକ ଥିବାବେଳେ କେତେକ ଡିଭିଜନରେ ପ୍ରକଳ୍ପ ପାଇଁ ଦିଆଯାଇ ଥିବା ଅର୍ଥ ବିନିଯୋଗ ସନ୍ତୋଷଜନକ ହୋଇ ନ ଥିବାରୁ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ଡିଭିଜନ ଅନ୍ୟୁନ ୩୦ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବା ସହ ଅଗଷ୍ଟ ମାସରେ ସମସ୍ତ ଡିଭଜନ ସର୍ବନିମ୍ନ ୮ କୋଟି ଟଙ୍କା ଖର୍ଚ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରଖିବାକୁ ସେ କହିଥିଲେ ।

ବିଜୁ ସେତୁ ଯୋଜନା ଅଧୀନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ୨୦୨୧-୨୨ ଆର୍ଥିକ ବର୍ଷରୁ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ପୂର୍ଣ୍ଣାଙ୍ଗ ରିପୋର୍ଟ ବିଭାଗକୁ ଅବଗତ କରାଇବା ସହିତ ଅସଂପୂର୍ଣ୍ଣ କାମଗୁଡିକ ଆସନ୍ତା ଅକେଫାବର ଶେଷ ସୁଦ୍ଧା ସାରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବାକି ଥିବା ୧୩ ଗୋଟି ସର୍ବେକ୍ଷଣ ଅନୁସନ୍ଧାନ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଦାଖଲ ପାଇଁ କ୍ଷେତ୍ରାଧିକାରୀମାନଙ୍କୁ କହିବା ସହ ୩୨୦ଟି ଟେଣ୍ଡରରୁ ଅନ୍ୟୁନ ୩୦୦ଟି ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜି.ଏ.ଡି ଓ ପ୍ରଶାସନିକ ଅନୁମୋଦନକୁ ମଧ୍ୟ ଏଥି ସହିତ ସାମିଲ ହେବା ଦରକାର ବୋଲି କହିଥିଲେ ।

୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷାପୂର୍ବକ ଏହିସବୁ ପ୍ରକଳ୍ପଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୁର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନେ ଯନିବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧୀନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହ ବର୍ଷା ଦିନେ ଯେପରି ରାସ୍ତା କାମ ପ୍ରଭାବିତ ନ ହୁଏ ସେଥିପାଇଁ କୋଲï ବିଟୁମେନ ପଦ୍ଧତିରେ ପିଚୁ ସଡକ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ସମସ୍ୟା ଯୋଗୁ ଅଟକି ରହିଥିବା କାମଗୁଡିକ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଯୋଗାଯୋଗ କରି ସମାଧାନର ରାସ୍ତା ବାହାର କରିବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମନ୍ଥର ଗତିରେ ଚାଲୁଥିବା ଏବଂ ସ୍ଥଗିତ ଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟଯନ୍ତ୍ରୀମାନେ ଏଥିପ୍ରତି ଯନିବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରାଇବେ । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଗତ ବର୍ଷରେ ଆରମ୍ଭ କରା ଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ମୋ ସରକାର ଅଧିନରେ ଆସୁଥିବା ଅଭିଯୋଗ ତଥା ଏହାର ଗୁରୁତ୍ୱକୁ ଉପଲବ୍ଧି କରି ତ୍ୱରାନ୍ୱିତ ପ୍ରକ୍ରିୟାରେ ଏହାର ସମାଧାନ ଦିଗର ଯନିବାନ ହେବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟର ସମସ୍ତ ୬୦ ଗୋଟି ଡିଭିଜନ ଏବଂ ୧୩ ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+