ଶୀଘ୍ର ରାଜ୍ୟକୁ ଛୁଇଁବ ମୌସୁମୀ, ତାତିରୁ ମିଳିବ ଆଶ୍ବସ୍ତି
ରଜକୁ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ। ମନ୍ଥର ଗତି ଯୋଗୁଁ ୧୬ କିମ୍ବା ୧୭ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି।
ଭୁବନେଶ୍ବର: ରଜକୁ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ। ମନ୍ଥର ଗତି ଯୋଗୁଁ ୧୬ କିମ୍ବା ୧୭ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି । ଫଳରେ ଅସହ୍ୟ ଖରାରୁ ମିଳିବ ତ୍ରାହି । ଆସନ୍ତାକାଲି ସୁଦ୍ଧା ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମୌସୁମୀ ପ୍ରଭାବରେ ଗଞ୍ଜାମ, ନୟାଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୧୬ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳ ମୌସୁମୀ ବର୍ଷାରେ ଭିଜିବ । ଏହାପରେ ଧିରେ ଧିରେ ସମଗ୍ର ଓଡିଶାରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବ । ଯାହା ରାଜ୍ୟରେ ତାପମତ୍ରା ହ୍ରାସରେ ସହାୟକ ହେବ । ୧୬ ତାରିଖ ପରେ ତାତି କମିବ । ବର୍ତ୍ତମାନ ମୌସୁମୀ ବାୟୁ ପ୍ରଭାବରେ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ରୟାଲସୀମା ଓ ବିହାରର କେତେକ ଅଞ୍ଚଳରେ ବର୍ଷା ଲାଗି ରହିଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ ।












Click it and Unblock the Notifications