ଲଘୁଚାପ ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ
ନୂଆଦିଲ୍ଲୀ:ଏଥର ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ । ଆରବ ସାଗରର ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ । ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ନେଇ ସୂଚନା ରହିଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟାରେ ଅବପାତର ରୂପ ନେବ । ଯାହାର ପ୍ରଭାବରେ କେରଳ ଉପକୂଳରେ ମେଘ ହ୍ରାସ ପାଇଛି ଯେଉଁଥି ପାଇଁ ଚଳିତ ବର୍ଷ କେରଳରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବ ।

ସୂଚନାଅନୁସାରେ, ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହା ବାତ୍ୟା ରୂପ ନେଇପାରେ । ତେବେ ଯଦି ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ତେବେ ଠିକ୍ ସମୟରେ ମୌସୁମୀ କେରଳ ଛୁଇଁପାରେ ବୋଲି ବିଭାଗ
ପକ୍ଷରୁ ସୂଚନା ଜାରି କରାଯାଇଛି । ସେହିପରି ଜୁନ୍ ୧୭ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁପାରେ ।












Click it and Unblock the Notifications