ତାତି ଭିତରେ ଆଶ୍ୱସ୍ତି: ଏ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା

Monsoon 2023 News in Odia: ତାତି ଭିତରେ ଆଶ୍ୱସ୍ତି । ଏ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଚଳିତବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବ । ଏନେଇ ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଆଇଏମଡ଼ି ଡ଼ିଜିଙ୍କ କହିବା ଅନୁସାରେ, ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଦେଶରେ ଚଳିତବର୍ଷ ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହେବ ।

Monsoon 2023

ତେବେ ୯୬%ରୁ ୧୦୪% ବର୍ଷା ହେଲେ ସ୍ୱାଭାବିକ କୁହାଯାଏ । ମୌସୁମୀର ଦ୍ୱିତୀୟାର୍ଦ୍ଧରେ 'ଏଲ୍-ନିନୋ' ସମସ୍ୟା ସମ୍ଭାବନା ରହିଛି । 'ଏଲ୍-ନିନୋ' ସମ୍ଭାବନା ଥିଲେ ବି ବର୍ଷା ପରିମାଣ କମିବନି ବୋଲି IMD ଡିଜି ସୂଚନା ଦେଇଛନ୍ତି ।

ତେଣୁ ସ୍ୱାଭାବିକ ବର୍ଷା ଯୋଗୁଁ ଏଥର ଭଲ ଫସଲ ହେବାର ଆକଳନ କରାଯାଉଛି । ଗତ ବର୍ଷ ଅତ୍ୟାଧିକ ଖରା ଯୋଗୁଁ ଫସଲ ପ୍ରଭାବିତ ହୋଇଥିଲା ।

ସୂଚନାଥାଉ କି, ଗତକାଲି (ସୋମବାର) ଭାରତୀୟ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୨୦୨୩ ବର୍ଷର ମୌସୁମୀ ପାଇଁ ପୂର୍ବାନୁମାନ ଜାରି କରିଥିଲା । ଏହି ପାଣିପାଗ ସଂସ୍ଥା କହିବା ଅନୁଯାଇ, ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ । ସ୍ୱାଭାବିକଠାରୁ କମ ବର୍ଷା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+