ଜୁନ ୪ରେ କେରଳ ଛୁଇଁବ ମୌସୁମୀ: IMD
ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି କହିଛି । ଆଇଏମଡି ସୂଚନା ଅନୁସାରେ ଆସନ୍ତା ୩ ସପ୍ତାହ ଯାଏ ଆରବ ସାଗରରେ କୌଣସି ସାଇକ୍ଲୋନ ହେବାର ସମ୍ଭାବନା ନାହିଁ ।

କେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ । ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଗତବର୍ଷ ମେ' ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା'ର ଉପସ୍ଥିତି ଜାହିର କରିଥିଲା।
ବିଭାଗ କହିଛି ଯେ ୪ ମୌସୁମୀ କେରଳ ଛୁଇଁବାକୁ ଥିଲେ ହେଁ ଜୁନ୍ରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। କିନ୍ତୁ ଏହାପରେ ମୌସୁମୀ ପିକ୍ରେ ପହଞ୍ଚିବ। ତେଣୁ ଜୁନରୁ ସେପ୍ଟେମ୍ବର ଯାଏ ବର୍ଷାକୁ ଦେଖିଲେ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ। ଲଙ୍ଗ ପରିୟଡ ଆଭରେଜ (ଏଲପିଏ) ବା ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୯୬% ବର୍ଷା ହେବ। ଏହା ୪% ଅଧିକ କିମ୍ବା କମ ହୋଇପାରେ। ଏପରି ସ୍ଥିତି ଉପୁଜିଲେ ଏହାକୁ ସ୍ୱାଭାବିକ ବର୍ଷା ବୋଲି ବିବେଚନା କରାଯିବ ।












Click it and Unblock the Notifications