ବିଧାନ ସଭାର ମୌସୁମୀ ଅଧିବେଶନ: ଜାଣନ୍ତୁ କଣ ରହିଛି ପ୍ରସଙ୍ଗ
ଷୋଡଶ ବିଧାନ ସଭାର ୭ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି କୋବିଡ କଟକଣା ମଧ୍ୟରେ। ଏହି ମୌସୁମୀ ଅଧିବେଶନରେ ରହିଛି ୮ଟି କାର୍ଯ୍ୟ ଦିବସ । ଏହି ଅଧିବେଶନ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଚଳିତ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଓ ଅନ୍ୟ ସମସ୍ତ ଦିନ ଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସରହିଥିବା ବେଳେ ୫ ତାରିଖ ରବିବାର ଛୁଟି ରହିବ ।

ଏହି ସ୍ୱଳ୍ପକାଳୀନ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ନିଜ ନିଜ ର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଛନ୍ତି । ସେହିପରି ବିରୋଧୀଙ୍କ ସବୁ ପ୍ରଶ୍ନର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ କହିଛି । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଗୃହରେ ରୁରାଲ ହାଉସିଂ ଏବଂ ଏମ୍ଏସ୍ପି ପ୍ରସଙ୍ଗ ଉଠାଇବ ବିଜେଡି । ଧାନର ସର୍ଵନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ୱାମୀନାଥନ କମିଟି ସୁାରିଶ ଲାଗୁ କରିବା ପାଇଁ ଗୃହରେ ଦାବି କରିବୁ । ୧୨ଟି ବିଲ୍ ଚଳିତ ବିଧାନସଭାରେ ଆସିବ । ଗୃହ ଚାଲୁଥିବା ସମୟରେ ଆହୁରି ବିଲ୍ ମଧ୍ୟ ଆସିବାର ସମ୍ଭାବନା ରହିଛି ।
ସେହିପରି କଂଗ୍ରେସ ଓ ବିଜେପି କହିଛନ୍ତି କି, ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତି, ମଣ୍ଡି ସମସ୍ୟା, ୟୁରିଆ ସାର ସମସ୍ୟା, ଜଳସେଚନ ସମସ୍ୟା, ମାହାଙ୍ଗା ମର୍ଡର ଓ ବିର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି, ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା, ଓବିସି /ଏସ୍ଇବିସି ସଂରକ୍ଷଣ, ପଶ୍ଚିମ ଓଡିଶା ବିକାଶ ପରିଷଦ, ମହିଳା ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦ୍ୟୁତ ଶୁଳ୍କ ବୋଝ ଆଦିକୁ ପ୍ରସଙ୍ଗ କରିବେ । ବିରୋଧୀ ଯେଉଁ ଯେଉଁ ପ୍ରସଙ୍ଗ ଆଣିବେ ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ ଏବଂ ଆମ ପାଖରେ ମଧ୍ୟ କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଅଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।












Click it and Unblock the Notifications