ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ ବାୟୁ
ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ପରେ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଓଡିଶାରେ ପହଞ୍ଚିଯିବ ମୌସୁମୀ ବାୟୁ । ଗତ ୨୦ ତାରିଖରେ ଆଣ୍ଡାମନ ସାଗରରେ ସକ୍ରୀୟ ହୋଇଥିଲା ମୌସୁମୀ ।
ଭୁବନେଶ୍ୱର: ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ପରେ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଓଡିଶାରେ ପହଞ୍ଚିଯିବ ମୌସୁମୀ ବାୟୁ । ଗତ ୨୦ ତାରିଖରେ ଆଣ୍ଡାମନ ସାଗରରେ ସକ୍ରୀୟ ହୋଇଥିଲା ମୌସୁମୀ ।

ସେପଟେ ଆସନ୍ତା ୪ ଦିନ ରାଜ୍ୟରେ ବର୍ଷିବ କାଳବୈଶାଖୀ ବର୍ଷା । କିନ୍ତୁ ଏହା ଫଳରେ ରାଜ୍ୟରେ ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ। ଓଲଟା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପାମତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ଆଜି ଅପରାହ୍ଣରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଣୁ ଆସନ୍ତା ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆଜି ରାଜ୍ୟର ୧୦ ଜିଲ୍ଲାରେ ଖୁବ୍ ଜୋରରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବ। ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ସେହିପରି ୩୧ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ୧ ତାରିଖ ଦିନ ରାଜ୍ୟର ୧୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ୩ ଜିଲ୍ଲା ପ୍ରବଳ ବର୍ଷା ହେବ। ସେ ଦିନ ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷିବା ସହ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼, ସମ୍ବଲପୁର, ଅନୁଗୁଳ ଓ ଝାରସୁଗୁଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।












Click it and Unblock the Notifications