Get Updates
Get notified of breaking news, exclusive insights, and must-see stories!

ଫେରୁଛି ମୌସୁମୀ; ୨ରୁ ୩ ଦିନରେ ନେବ ସମ୍ପୂର୍ଣ୍ଣ ବିଦାୟ, ବୁଧବାର ଯାଏ ବର୍ଷା

ଫେରୁଛି ମୌସୁମୀ । ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ପାଗ ଅନୁକୂଳ ରହିଛି । ଏ ସମୟରେ ଗଞ୍ଜାମରେ ଚାଲିଛି ବର୍ଷା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମେଘୁଆ ପାଗ, ଘଡ଼ଘଡ଼ି, ବିଜୁକି ସହ ବର୍ଷା ହେବାର ସମ୍ଭାବନା ରହିଛି । ଝଟକା ପବନ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ବହିବ। ଆସନ୍ତା ବୁଧବାର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Monsoon is returning

ଓଡିଶାରୁ ମୌସୁମୀ ଅପସରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି । ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡର ଭଳି କିଛି କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରୁ ମୌସୁମୀ ଫେରିବାର ସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପଟେ ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କ କରିଛି ବିଭାଗ ।

14 and 15 October Rain Alert:

ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ାରେ ବିଜୁଳି ଘଡଘଡି ସହ ହାଲୁକରୁ ମାଧ୍ୟମ ଧାରଣର ବର୍ଷାକୁ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି 15 ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ି ପବନ ପାଇଁ ଦକ୍ଷିଣ ଓଡ଼ିଶାର 3 ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଅକ୍ଟୋବର ରୁ ଡିସେମ୍ବର ଯାଏ ଲା ନିନା ପରିସ୍ଥିତି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଏହା ଦେଶରେ କଡ଼ା ଶୀତ ସହ ଜଡ଼ିତ, ଯାହା ଓଡ଼ିଶାରେ ଲମ୍ବା ଓ ସାମାନ୍ୟ ଅଧିକ ଥଣ୍ଡା ଶୀତ ଆଣିପାରେ। ରିପୋର୍ଟ ଅନୁଯାୟୀ "ଶୀତ ଅତ୍ୟଧିକ କଡ଼ା ହେବ ବୋଲି କହିହେବ ନାହିଁ, କିନ୍ତୁ ସାମାନ୍ୟ ଥଣ୍ଡା ରହିବ। ଲା ନିନାରେ ପ୍ରଶାନ୍ତ ମହାସାଗରର ଜଳ ତାପମାତ୍ରା କମ୍ ରହେ, ହିମପାତ ଅଧିକ ହୁଏ ଓ ପଶ୍ଚିମୀ ଝଡ଼ ଶକ୍ତିଶାଳୀ ହୁଏ।

ଏହି ସମୟରେ ତାପମାତ୍ରା ସାଧାରଣଠାରୁ କମ୍ ରହିବ।"ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଓ ତେଲେଙ୍ଗାନାର କିଛି ଅଞ୍ଚଳରୁ ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ପ୍ରତ୍ୟାହାର ହେବାର ଅନୁକୂଳ ପରିସ୍ଥିତି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ରବିବାର ଜଣାଇଛି। ଅକ୍ଟୋବର ଆରମ୍ଭରେ ଡିପ୍ରେସନ୍ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଏଥର ମୌସୁମୀ ସାଧାରଣଠାରୁ ଅଧିକ ଦିନ ରହିଛି। ଜୁନ୍ ମାସରୁ ବଙ୍ଗୋପସାଗରରେ ସାଧାରଣ ୧୨-୧୪ଟି ଲଘୁଚାପ ବିପରୀତେ ଏଥର ୧୬ଟି ହୋଇଥିଲା।

ଅକ୍ଟୋବର ୧୫ ଯାଏ ରାଜ୍ୟର ବିଚ୍ଛିନ୍ନ ସ୍ଥାନରେ ରାତି ତାପମାତ୍ରା ସାଧାରଣଠାରୁ ୧.୬ ରୁ ୩ ଡିଗ୍ରୀ ସେଲସିଅସ୍ ଅଧିକ ରହିପାରେ। ଅକ୍ଟୋବର ୧୬ ରୁ ୨୨ ଯାଏ ଦେଶର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସାଧାରଣ କିମ୍ବା ସାମାନ୍ୟ କମ୍ ରହିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+