ମୌସୁମୀ ପ୍ରଭାବ: ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବ, ଉପକୂଳ ଶୁଖିଲା
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି । ଏନେଇ ଆଜି ପାଇଁ 22 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତ 24 ଘଣ୍ଟାରେ ମରୂରଭଞ୍ଜରେ ସର୍ବାଧିକ 48.0 ମିଲିମିଟର ଓ ବଲାଙ୍ଗୀରରେ ସର୍ବନିମ୍ନ 22.0 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ପରି ବର୍ଷା ଜାରି ରହିବ ।

ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା, ଉପକୂଳ ଶୁଖିଲା
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି । ଏନେଇ ଆଜି ପାଇଁ 22 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଆଜି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଆଜି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବା ନେଇ ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ବରଗଡ, ସମ୍ବଲପୁର, ଡେଓଦଡ, ଝାରସୁଗୁଡା, ସୁନ୍ଦରଗଡ, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷୁଥିବା ବେଲେ ଶୁଖିଲା ପଡିଛି ଉପକୂଳ ଓଡିଶା । ଆଗାମୀ 30 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷାର ସମ୍ଭାବନା ନାହିଁ ।
#Warning for Day-1 to Day-5 pic.twitter.com/CeW2D2fcTz
— Meteorological Centre, Bhubaneswar (@mcbbsr) June 26, 2022
ଅନ୍ୟପଟେ ଜୁନ୍ ୧୬ ତାରିଖରୁ ୨୬ ତାରିଖ ମଧ୍ୟରେ ୯୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୯୬.୧ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ୱାଭାବିକ ବର୍ଷାଠାରୁ ୧ ପ୍ରତିଶତ କମ ବୋଲି ପାଣିପାଗ ବିଜ୍ଞାନିମାନେ ମତ ରଖିଛନ୍ତି ।
ତେବେ ଆଗାମୀ ଦିନରେ ହେବାକୁ ଥିବା ପ୍ରବଳ ବର୍ଷା ନିଅଣ୍ଟିଆ ବର୍ଷା ଭରଣ କରିବାର ଆଶା କରାଯାଉଛି ।












Click it and Unblock the Notifications