Get Updates
Get notified of breaking news, exclusive insights, and must-see stories!

ସାରା ଦେଶରୁ ବିଦାୟ ନେଲା ମୌସୁମୀ ବାୟୁ; ୨୧ରେ ଲଘୁଚାପ ସମ୍ଭାବନା

ସାରା ଦେଶରୁ ବିଦାୟ ଦେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସପ୍ତାହେ ବିଳମ୍ବରେ ଅର୍ଥାତ ଜୁନ୍‌ ୮ରେ କେରଳକୁ ମୌସୁମୀ ସ୍ପର୍ଶ କରିଥିବା ବେଳେ ଗତକାଲି ୧୯ ଅକ୍ଟୋବରରେ ସାରା ଦେଶରୁ ଏହା ବିଦାୟ ନେଇଛି । ତେବେ ଏହାରି ଭିତରେ ଲଘୁଚାପର ସମ୍ଭାବନା ।

ବଙ୍ଗୋପସାଗରରେ ଆସନ୍ତା ୨୧ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଓ ୨୩ ତାରିଖ ଆଡ଼କୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୨୩ ତାରିଖ ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅପ୍ୟପଟେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

MONSOON_session

ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ।

ରାଜ୍ୟରେ ଗତକିଛି ଦିନ ଧରି ଜାରି ରହିଛି ଭୀଷଣ ଗୁଳିଗୁଳି ସହ ଗରମ । ଫଳରେ ଅସ୍ତବ୍ୟକ୍ତ ହୋଇପଡୁଛି ଜନଜୀବନ। ଦିନ ୧୦ଟା ପରେ ମୁଣ୍ତଫଟା ଖରା ଯୋଗୁଁ ବାହାରକୁ ଯିବା ମୁସ୍କିଲ୍ ହୋଇ ପଡୁଛି। ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏବଂ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । ଅନ୍ୟ ପକ୍ଷରେ ଖରା ଏବଂ ଗରମ ଆଗୁଆ ଅନୁଭୂତ ହେବ । ଶୀତ ଋତୁରେ ହେଉଥିବା ବର୍ଷା ବି ଏଥର କମ ହେବ ବୋଲି ସେ ଆକଳନ କରିଛନ୍ତି ।

23 ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ବର୍ଷିବ । ତେବେ 24 ରେ ବଢିବ ବର୍ଷାର ପରିମାଣ । 25 ତାରିଖରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ ହୋଇଛି । 23 ତାରିଖରେ ଘଣ୍ଟାପ୍ରତି 50 ରୁ 60 କିଲୋମିଟର ବେଗରେ ବହିବ ପବନ । ଝଟକା ପବନ ଘଣ୍ଟାପ୍ରତି 70 କିମି ଯାଇପାରେ । ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+